Spread the love

ସମଲେଶ୍ବରୀ ଓ ଶିବମନ୍ଦିର ପ୍ରତିଷ୍ଠା ପାଇଁ କଳସଯାତ୍ରା

ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ନବନିର୍ମିତ ମା’ ସମଲେଶ୍ଵରୀ ମନ୍ଦିର ଓ ଶିବମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ଅଙ୍କୁରାରୋପଣ ପରେ ଏକ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ନିକଟସ୍ଥ ପୋଖରୀରୁ ପୂର୍ଣଜଳ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା।

ପଣ୍ଡିତ ଶୁକଦେବ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା କର୍ମରେ ପଣ୍ଡିତ ବାଚସ୍ପତି ରଥ, ପଞ୍ଚମ ପୁରୋହିତ, ଅବିନାଶ ରଥ, ସୁବୋଧ ମହାପାତ୍ର, ଶୁଭେନ୍ଦୁ ଆଚାର୍ଯ୍ୟ, ସଂସାର ପଣ୍ଡା, ଆକାଶ ଷଡ଼ଙ୍ଗୀ, ନୀତିଶ ଶତପଥୀ, ବଣ୍ଟି ଦାଶ, ପ୍ରଶାନ୍ତ ମହାପାତ୍ର, କୃଷ୍ଣ ରଥ ସହଯୋଗ କରୁଛନ୍ତି। କର୍ତା ଭାବରେ ପ୍ରହଲ୍ଲାଦ ନାୟକ ଓ ପିଙ୍କି ନାୟକ, ଲେନିନ ଶତପଥୀ ଓ ନଳିନୀ ଶତପଥୀ, ନୈକେଶ୍ବର ସାହୁ ଓ ପଦ୍ମିନୀ ସାହୁ, ସୁନିଲ ପଧାନ ଓ ସୀମା ପଧାନ, ଭକ୍ତବନ୍ଧୁ ମିଶ୍ର ଓ ମମତା ମିଶ୍ର, ଗୌର ପ୍ରଧାନ ଓ ଆରତୀ ପ୍ରଧାନ, ଫଗନୁ ବାରିକ ଓ ସୁନିତା ବାରିକ, ଡୋଳାମଣି ନାୟକ ଓ ଜୟନ୍ତୀ ନାୟକ, ଆନନ୍ଦ ବାରିକ ଓ ଆହଲ୍ୟା ବାରିକ, ରୋହିତ ସାହୁ ଓ ରଞ୍ଜିତା ସାହୁ ଦାୟିତ୍ଵ ତୁଲାଉଛନ୍ତି । ଏହି ଅବସରରେ ମହିଷାସୁର ଦରବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପାଞ୍ଚଦିନ ଧରି ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ, ବିଶୁଦ୍ଧ ପାନୀୟ ଜଳ, ପାକିଂ, ପ୍ରାଥମିକ ଚିକିତ୍ସା, ଗମନାଗମନ ତଥା ପର୍ଯ୍ୟାପ୍ତ ଛାଇର ବ୍ୟବସ୍ଥା କରାଯାଇଥିବା ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *