ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି ଜାରି ରହିଛି । ବିଜେପି ଆଗୁଆ ରହିଛି । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।
୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏପ୍ରିଲ ୯ ତାରିଖରେ ରାଜ୍ୟରେ ୧୨୬ ନିର୍ବାଚନମଣ୍ଡଳୀରେ ୭୨୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲେ । ୮୫.୯୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ଆସାମର ସମସ୍ତ ୩୫ ଜିଲ୍ଲାରେ ବିସ୍ତାରିତ ୪୦ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି ।
ଆସାମରେ ବିଜେପି ୯୯ ସିଟରେ ଆଗୁଆ ରହିଛି । କଂଗ୍ରେସ ଆସାମରେ ବେଶି କିଛି କମାଲ୍ କରିପାରିନାହିଁ । ଆସାମ କଂଗ୍ରେସ ଅଧ୍ୟକ୍ଷ ଗୌରବ ଗୋଗୋଇ ଜୋରହାଟ ସିଟରୁ ପଛୁଆ ରହିଛନ୍ତି । କଂଗ୍ରେସ କେବଳ ୨୬ ସିଟରେ ଆଗୁଆ ରହିଛି । ଆସାମରେ ୧୨୬ ସିଟରୁ ବିଜେପି ୯୮, କଂଗ୍ରେସ ୨୬, ଅନ୍ୟାନ୍ୟ ୦୨ ରହିଛି ।



