Spread the love

ଆଜି ଦେଶର ସମସ୍ତ ଔଷଧ ଦୋକାନ ୨୪ ଘଣ୍ଟିଆ ବନ୍ଦ

ଅନୁଗୋଳ/ଭୁବନେଶ୍ୱର/ନୂଆଦିଲ୍ଲୀ – ଅନ୍ ଲାଇନ ରେ ଔଷଧ ବିକ୍ରି ହେଉଛି। ଏଥିରେ ଦେଶର ଔଷଧ ଦୋକାନ ଗୁଡିକ ପ୍ରଭାବିତ ହେଉଛନ୍ତି। ଏହାକୁ ପ୍ରତିବାଦ କରି ଦେଶର ସମସ୍ତ ଔଷଧ ଦୋକାନ ଗୁଡିକ ବନ୍ଦ୍ ରହିଛି। ସର୍ବ ଭାରତୀୟ ଔଷଧ ଦୋକାନ ସଙ୍ଘ ଏହି ବନ୍ଦ୍ ଡାକରା ଦେଇଥିବା ବେଳେ ଦେଶର ସମସ୍ତ ଔଷଧ ଦୋକାନ ଗୁଡିକ ଏହି ବନ୍ଦ୍ ଡାକରାରେ ସାମିଲ ହୋଇଛନ୍ତି। ଏଥିରେ ଦେଶର ଅଢେଇ ଲକ୍ଷ ଓ ଓଡିଶାର ତିରିଶ ହଜାର ଦୋକାନ ବନ୍ଦ୍ ରେ ସାମିଲ୍ ହୋଇ ନିଜନିଜ ଦୋକାନ ବନ୍ଦ୍ ରଖିଛନ୍ତି। କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ (UCDA) ର ଏହି ବନ୍ଦ୍ ଡାକରା ବେଶ୍ ପ୍ରଭାବିତ ହୋଇଛି।

ଏହି ସମୟରେ ଜନ ସଧାରଣ କିପରି ଠିକ୍ ଭାବେ ଔଷଧ ପାଇବେ ସେ ନେଇ ସାତ ସୁତ୍ରୀ ବ୍ୟବସ୍ଥା କରାଯାଉଛି। ୨୪ ଘଣ୍ଟିଆ ଚାଲୁଥିବା ଡାକ୍ତରଖାନା ଓ କ୍ଲିନିକାଲ୍ ପ୍ରତିଷ୍ଠାନ ସହିତ ସଂଲଗ୍ନ ସମସ୍ତ ଇନ-ହାଉସ୍ ଫାର୍ମାସି ଓ ଦୋକାନ ଉପରେ ନଜର ରଖିବା ସହିତ ସେଠାରେ ଜନସାଧାରଣଙ୍କ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ଅତିରିକ୍ତ କର୍ମଚାରୀଙ୍କ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ଆବଶ୍ୟକ ସ୍ଥଳେ ଦୋକାନ ଖୋଲିବା ଓ ପରିଚାଳନା ପାଇଁ ସହଜ ବ୍ୟବସ୍ଥା କରିବାକୁ କହାଯାଇଛି । ବନ୍ଦ ଯାଗୁ ଉପୁଜୁଥିବା ଜରୁରୀକାଳୀନ ପରିସ୍ଥିତିରେ ଔଷଧର ନିରବଚ୍ଛିନ୍ନ ବଣ୍ଟନକୁ ସହଜ କରିବା ପାଇଁ ସ୍ଥାନୀୟ ଡ୍ରଗ୍ସ ବିକ୍ରେତା ସଂଘ ସହିତ ଯୋଗାଯୋଗ ରଖିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *