ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ତାତି, ଆର୍ଦ୍ରତାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଏଭଳି ସମୟରେ କତେ ଜଣ ଅଶୁଂଘାତରେ ପୀଡିତ ହେଉଛନ୍ତି । ତେବେ ରାଜ୍ୟରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୩କୁ ଛୁଇଁଛି ବୋଲି ଡେପୁଟି ଏସଆରସି ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବଲାଙ୍ଗିର ସୁନ୍ଦରଗଡ ଓ ସୁବର୍ଣ୍ଣପୁର ରେ ଜଣଙ୍କ ଲେଖାଏଁ ମୃତ୍ୟୁ ହୋଇଛି ।
୧୬ଟି ଅଭିଯୋଗରୁ ୩ଟି ଅଂଶୁଘାତଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛନ୍ତି । ବାକି ୧୩ ଟି ଅଭିଯୋଗର ତଦାରଖ କରାଯାଉଛି କହିଛନ୍ତି, ଡେପୁଟି ଏସଆରସି । ଲୋକେ ସଚେତନ ଥିବାରୁ ଚଳିତ ବର୍ଷ ଅଂଶୁଘାତ ମୃତ୍ୟୁ ସଂଖ୍ୟା କମିଛି ।



