🔴 ତୁଟୁନି ରେଭେନ୍ସା ବିବାଦ, ଏବେ ବାଚସ୍ପତିଙ୍କ ନିକଟରେ ଦାଖଲ ଅଭିଯୋଗ ପ୍ରତ୍ୟାହାର ଦାବି ବିଧାୟକ ବନାମ ଶିକ୍ଷକ ସଂଘ; ସମାଧାନ ପାଇଁ ଉଠିଲା ନୂଆ ପ୍ରସ୍ତାବ ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ପ୍ରତିବାଦ ଓ ଅନଶନରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ବିଧାୟକ ଓ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ଆସିଛି। ଗୋଟିଏ ପଟେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଅନ୍ୟପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ। ଉଭୟ ପକ୍ଷର ମତାମତ ଓ ଅଭିଯୋଗ-ପ୍ରତ୍ୟାଭିଯୋଗ ମଧ୍ୟରେ ଏବେ ମଧ୍ୟ ବିବାଦର ସମାଧାନ...



