ପାଣି ପାଇଁ ରାସ୍ତାରୋକ କଲେ ସାହିବାସିନ୍ଦା ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବେଗୁନିଆପଡା ( ୧୭.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ.ବରିଡ଼ା ପଞ୍ଚାୟତର ନିମିନା ଛକରେ ପାଣି ପାଇଁ ଆଖପାଖ ସାହି ବାସିନ୍ଦା ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ସମୟରେ ହାଣ୍ଡି, ମାଠିଆ,ବାଲତିକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା । ପାନୀୟ ଜଳ ସୁବିଧା ନଥିବା ଫଳରେ ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାସ୍ତାକୁ ଓଲ୍ଲାଇଥିଲେ ସହି ବାସିନ୍ଦା । ରାସ୍ତାରୋକ କରୁଥିବା ବିକ୍ଷୋଭକାରୀ ମାନେ କହିଛନ୍ତି ଯେ ଖରା ଦିନ ଆରମ୍ଭ ନହେଉଣୁ ଯଦି ପାଣି ସମସ୍ୟା...






