ଗଞ୍ଜାମ/ଛତ୍ରପୁର – ପୁଲିସ ବିଭାଗକୁ ନେଇ ପୁଣିଥରେ ଉଠିଛି ଗୁରୁତର ପ୍ରଶ୍ନ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଛତ୍ରପୁର ରିଜର୍ଭ ପୁଲିସର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀ ହେଉଛନ୍ତି ଓଏଏସଆଇ ଗୌରାଙ୍ଗ ବେହେରା। ଘଟଣାକୁ ନେଇ ପୁଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୂଚନା ଅନୁସାରେ, ଅଭିଯୁକ୍ତ ଗୌରାଙ୍ଗ ବେହେରାଙ୍କ ବିରୋଧରେ ପୀଡ଼ିତା ମହିଳା ଗୁରୁତର ଅଭିଯୋଗ ଆଣିଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଇଚ୍ଛା ବିରୋଧରେ ଅଭିଯୁକ୍ତ ଗୌରାଙ୍ଗ ବେହେରା ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏନେଇ ସେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ...



