
୯ ଅଭିଯୁକ୍ତ ଗିରଫ, ୬ କେଜି ସୁନା ସହ ୪.୩୨ ଲକ୍ଷ ଟଙ୍କା ଜବତ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମହାବିରୋଡ ଶାଖାରୁ ହୋଇଥିବା ବଡଧରଣର ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ୍ ୯ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୬ କେଜି ୧୨୦ ଗ୍ରାମ୍ ସୁନା ସହ ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା ଉଦ୍ଧାର କରାଯାଇଛି । ଲୁଟ୍ରେ ବ୍ୟବହୃତ ଏକ ବୋଲେରୋ, ୪ ବାଇକ୍, ୩ଟି ବନ୍ଧୁକ, ୧୧ ରାଉଣ୍ଡ୍ ଗୁଳି, ୨୬ଟି ମୋବାଇଲ୍ ଫୋନ୍, ୨ଟି ପଞ୍ଚିଙ୍ଗ୍ ମେସିନ୍, ୩ଟି କଟୁରୀ, ୩ ବନ୍ଧୁକ ସମେତ...















