CRPFର ୧୯ ଜବାନଙ୍କ ଆତ୍ମହତ୍ୟା ମାମଲା: NHRCର ସ୍ୱତଃସଂଜ୍ଞାନ, ଗୃହ ମନ୍ତ୍ରଣାଳୟକୁ ନୋଟିସ୍ ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ (CRPF)ର ଜବାନମାନଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗୁରୁତ୍ୱର ସହ ମାମଲାକୁ ନେଇଛି। ୨୦୨୬ ଜାନୁଆରୀରୁ ମେ’ ୨୨ ମଧ୍ୟରେ ୧୯ ଜଣ CRPF କର୍ମଚାରୀଙ୍କ ଆତ୍ମହତ୍ୟା ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟ ଆଧାରରେ NHRC ସ୍ୱତଃସଂଜ୍ଞାନ ଗ୍ରହଣ କରିଛି। NHRC କହିଛି ଯେ ଯଦି ରିପୋର୍ଟରେ ଥିବା ତଥ୍ୟ ସତ୍ୟ ପ୍ରମାଣିତ ହୁଏ, ତେବେ ଦେଶର ସବୁଠାରୁ ବଡ଼ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀର କର୍ମଚାରୀଙ୍କ ଜୀବନ ଅଧିକାର ସମ୍ପର୍କିତ ଏକ ଗୁରୁତର ମାନବାଧିକାର ପ୍ରସଙ୍ଗ...










