ମାତ୍ର ୫୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ଆମ ‘ସଚିବାଳୟ’ : ୧୯୬୦ ଦଶକର ଫଟୋ ସାଉଁଟୁଛି ସ୍ମୃତି ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଗୋଟିଏ ସାଧାରଣ ସରକାରୀ କୋଠା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସମଗ୍ର ଓଡ଼ିଶାର ଶାସନ କେନ୍ଦ୍ର ତଥା ତତ୍କାଳୀନ ‘ଓଡ଼ିଶା ସଚିବାଳୟ’ (ବର୍ତ୍ତମାନର ଲୋକସେବା ଭବନ) ନିର୍ମାଣ ପାଇଁ ସେତେବେଳେ ଖର୍ଚ୍ଚ ହୋଇଥିଲା ମାତ୍ର ୫୦ ଲକ୍ଷ ଟଙ୍କା! ନିକଟରେ ସୋସିଆଲ ମିଡିଆରେ ୧୯୬୦ ଦଶକର ଆମ ସଚିବାଳୟର ଏକ ପୁରୁଣା ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ରାଜଧାନୀ ଭୁବନେଶ୍ୱରର ଗୌରବମୟ ଅତୀତକୁ...











