ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବାହକଜନିତ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ମେରାମଣ୍ଡଳୀ, ୦୮/୦୩/୨୦୨୬- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଯୋଗରେ ମେରାମଣ୍ଡଳୀସ୍ଥିତ ଶିବ ଇମ୍ପିରିଆଲଠାରେ ବାହକଜନିତ ରୋଗ (ଭେକ୍ଟର ବର୍ଣ୍ଣ ଡିଜିଜ) ନିୟନ୍ତ୍ରଣ ପାଇଁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଅନୁଗୋଳ ସିଡିଏମ୍ଓ ଡା. ମଦନ ମୋହନ ପ୍ରଧାନ, ଢେଙ୍କାନାଳ ଏଡିପିଏଚ୍ଓ ଡା. ହିମାଂଶୁ ଶେଖର ହେମ୍ବ୍ରମ, ଅନୁଗୋଳ ଏଡିପିଏଚ୍ଓ ଡା. ପୂର୍ଣ୍ଣିମା ଉଦଗାତା, ଢେଙ୍କାନାଳ ଜିଲ୍ଲା ଭିବିଡି କନ୍ସଲ୍ଟାଣ୍ଟ କବିର ସ୍ୱାଇଁ, ଅଞ୍ଚଳୀୟ କୀଟତତ୍ତ୍ୱ ବିଶେଷଜ୍ଞ ପ୍ରେମାଞ୍ଜନ ପଣ୍ଡା ଏବଂ ଟାଟା ଷ୍ଟିଲ୍...






