Spread the love

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ସଂଘବଦ୍ଧଭାବେ ହତ୍ୟା କରାଯାଇଥିବା ସନ୍ଦେହ

କେନ୍ଦୁଝର ଜିଲ୍ଲାରେ କ୍ଷତ ବିକ୍ଷତ ଅବସ୍ଥାରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବଡ଼ବିଲ ପୋଲିସ୍। କେନ୍ଦୁଝରଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଫୁଲୱାଡ଼ି ମୁଣ୍ଡାସାହି ଖେଳ ପଡ଼ିଆ ନିକଟ ଜଙ୍ଗଲରେ ଜଣେ ଯୁବକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ। ଖେଳ ପଡ଼ିଆରେ ହତ୍ୟା କରାଯାଇ ପରେ ମୃତଦେହକୁ ଘୋଷାଡ଼ି ଜଙ୍ଗଲ ଭିତରକୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବଡବିଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକର ପରିଚୟ ମିଳିପାରିନାହିଁ। ମୃତ ଯୁବକର ଶରୀରକୁ ଶବ ସଂରକ୍ଷଣ ଗୃହକୁ ପଠାଇଥିବା ବେଳେ ଘଟଣା ସମ୍ପର୍କରେ ବଡ଼ବିଲ ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *