Spread the love

ଖେଳ ପଡ଼ିଆ ମନରେଗା କାମରେ ଦୁର୍ନୀତି କୁ ନେଇ ଲକ୍ଷେ ଟଙ୍କା ବଟି ମାଗିବା ଅଡିଓ ଭାଇରାଲ,
ଗୋଲାମୁଣ୍ଡା/୧୧/୬/୨୬/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ପଞ୍ଚାୟତ ଅଧିନରେ ହୋଇ ଥିବା ୨୦୨୨/୨୦୨୩ ଆର୍ଥିକ ବର୍ଷରେ ଶିବ ମନ୍ଦିର ଖେଳପଡ଼ିଆର ଉନ୍ନିତ କରଣ ପାଇଁ ଦଶ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଥିବା କାର୍ଯ୍ୟ ରେ ଦୁର୍ନୀତି ଗନ୍ଦ ଓ ହରିଲୁଟ ହୋଇଛି ବୋଲି ବିଭିନ୍ନ ଗଣ ମାଧ୍ୟମରେ ପରିବେଷଣ ହୋଇ ଥିଲା, ଓ ଉକ୍ତ କାର୍ଯ୍ୟକ୍ରମ କୁ ଚପାଇ ଦେବା ପାଇଁ ପ୍ରମେୟ ଖବର କାଗଜ ପ୍ରତିନଧି ପ୍ରିୟ କୃଷ୍ଣ ପଟେଲ ଲକ୍ଷେ ଟଙ୍କା ବଟି ମାଗିବା ଓ ଟଙ୍କା ନ ଦେବାରୁ ଅଡିଓ ଭାଇରାଲ କରା ଯାଇଛି ବୋଲି ସରପଞ୍ଚ ମଦନ ପଟେଲ କହି ଥିଲେ, ଏହି ପରୀପ୍ରେକ୍ଷୀରେ ଏହାର ସତ୍ୟତା ଜାଣିବା ପାଇଁ ଖେଳ ପଡ଼ିଆ ଗ୍ରାଉଣ୍ଡ ଜିରୋ ନିକଟରେ ଯାଇ ତାହାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଏବଂ ଏହି ସମୟରେ ଶିବ ମନ୍ଦିର ଖେଳ ପଡ଼ିଆ ଠାରେ ଖେଳାଳି ଙ୍କ ସହ ଆଲୋଚନା କରି ତାଙ୍କର ମତା ମତରୁ ଜାଣିବାକୁ ପାଇଲୁ ଯେ, ଦଶ ଲକ୍ଷ୍ ଟଙ୍କା ଖର୍ଚ୍ଚ ହୋଇ ନାହିଁ ତାହା ଆପଣଙ୍କ ମାଧ୍ୟମରେ ବିଭଗୀୟ ଅଧିକାରୀ ତୁରନ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖେଳାଳୀ ମାନେ ଦାବି କରୁଛୁ ବୋଲି ବହୁ ସଂଖ୍ୟକ ଭାବେ ଖେଳାଳି ଙ୍କ ଉପସ୍ଥିତରେ ହରି ଶଙ୍କର ପଟେଲ ଙ୍କ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି, ଏ ନେଇ ଚିଚିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମଦନ ପଟେଲ ଙ୍କୁ ତାଙ୍କର ମତା ମତ ନେବାରୁ ସେ କହିଛନ୍ତି ଯେ କାର୍ଯ୍ୟରେ କୌଣସି ଅବହେଳା କରି ନାହି ଯାହା କହୁଛନ୍ତି ତାହା ଭିତ୍ତି ହୀନ, ପ୍ରମେୟ ଖବର କାଗଜ ପ୍ରତିନଧି ପ୍ରିୟ କୃଷ୍ଣ ପଟେଲ ମୋତେ ଲକ୍ଷେ ଟଙ୍କା ବଟି ମାଗିବାରୁ ମୁଁ ନ ଦେବାରୁ ମୋତେ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଉପରେ ରୋକ ଲଗାଇ ବିଭିନ୍ନ ଖବର କାଗଜରେ ପ୍ରକାଶ କରି ଛନ୍ତି ବୋଲି ସରପଞ୍ଚ ମଦନ ପଟେଲ ଗଣ ମାଧ୍ୟମ ନିକଟରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଖେଳାଳି ହରି ଶଙ୍କର ପଟେଲ ଓ ସରପଞ୍ଚ ମଦନ ପଟେଲ ଯାହା ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ତାହା ଲୋକ ଲୋଚନ କୁ ଓ ପ୍ରଶାସନ ନିକଟରେ ଜାଣିବା ପାଇଁ ପରିବେଷଣ କରିଛୁ, ଓ ସରପଞ୍ଚ ଦେଇ ଥିବା ଅଡିଓ ଭାଇରାଲ ମଧ୍ୟ ଦେଖନ୍ତୁ ଏଵଂ ଶୁଣିବାକୁ ପାଇ ପାରିବେ,ଆସନ୍ତୁ ଶୁଣିବା ତାଙ୍କର ପ୍ରତିକ୍ରୀୟା, ପିଓ ବିଶ୍ୱରଞ୍ଜନ ପଣ୍ତା ମଧ୍ୟ କହିଲେ ମାଟି ବାଲି କାମ ହୋଇଛି କୌଣସି ଅନୈତିକ କାର୍ଯ୍ୟ କରି ନାହି, ସେହି ସମୟର ଜେଇ ମିତାଞ୍ଜଳି ଦାଶ ଙ୍କ ଯୋଗା ଯୋଗ ହୋଇ ପାରୁ ନାହିଁ, ଏ ନେଇ ବିଡିଓ ମହାଶୟ ଫୋନ କଲ୍ ଗ୍ରହଣ କରୁ ନାହାନ୍ତି,

କଳାହାଣ୍ଡି ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *