ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ ।

ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜା ଦୀର୍ଘ ୪୩ବର୍ଷ ହେଲା କରାଯାଉଅଛି। ଗତ ବର୍ଷ ଗୋଟିଏ ଦିନ ପୂଜା ହୋଇଥିବା ବେଳେ , ଏହି ବର୍ଷ ତିନି ଦିନ ଧରି ପୂଜା ହୋଇଥିଲା। ରବିବାର ସକାଳେ ଚୌଦ୍ଵାର ର ତେଲୁଗୁ ଲୋକ ମାନେ ଓ.ଟି.ଏମ କଲୋନୀ ରେ ଥିବା ତେଲୁଗୁ କ୍ଳବ୍ ରେ ଏକତ୍ରିତ ହୋଇ ମା ଙ୍କ ପାଇଁ ଗରାରେ ହଳଦୀ ପାଣି ମୁଣ୍ଡ ରେ ନେ଼ଇ ୧୨ନଂ ୱାର୍ଡ ରେ ଥିବା ମା ବାଟ ବୁଢ଼ୀ ମନ୍ଦିର କୁ ଯାଇଥିଲେ। ମନ୍ଦିର ରେ ପୂଜା କରି ଘଟ ପ୍ରତିଷ୍ଠା କରିଥିଲେ। ଘଟ ପ୍ରତିଷ୍ଠା କରିବା ପରେ ଶ୍ଳୋକ, ମନ୍ତ୍ର ଆଦି ପଢି ଆଳତୀ କରି ମା ଙ୍କୁ ସାହି ର ସମସ୍ତ ଙ୍କ ଘର ଘର ନେଇ ଭୋଗ ଖୁଆଇ ଥିଲେ। ତା ପରେ ନିଜ କ୍ଳବ୍ ରେ ଥିବା ପୁଜାମଣ୍ଡପ କୁ ଆଣି ଘଟ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ସୋମବାର ସକାଳୁ ରୀତିନୀତି ଅନୁସାରେ ପୂଜା କରିଥଲେ ସଂଧ୍ୟା ରେ ୨୦୦୦ରୁ ଉର୍ଦ୍ଧ୍ବ ଦ୍ଵୀପ ପ୍ରଜ୍ଵଳନ କରି ମାଆ ଙ୍କ ଚଣ୍ଡୀପାଠ ପୂଜା କରି ମଙ୍ଗଳ ଆରତୀ କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପୁଣି ମଙ୍ଗଳବାର ଦିନ ସକାଳୁ ରୀତିନୀତି ଅନୁସାରେ ପୂଜା କରିଥିଲେ, ମାଙ୍କୁ ପୁଣି ସଜାସଜ୍ଜି କରି ସନ୍ଧ୍ୟା ରେ ଧୁମଧାମ ରେ ବାଜା, ସାଉଣ୍ଡ ସହିତ ପ୍ରୋସେଶନ କରି ଘର ଘର ବୁଲି ମାଙ୍କୁ ଭୋଗ ଖୁଆଇ ପୂଜା କରିଥିଲେ। ପରେ ରାତିରେ ମାଙ୍କୁ ପୁଣି ବିଦାୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ରୁପେ ସମାଜ୍ ସେବୀ ଇଂ.ପ୍ରଦୀପ ବେହେରା, ନଗର ବିଜେଡ଼ି ସଭାପତି ବିଧାୟକ ଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ବିଜେପି ଦଳ ର ଆଗ ଧାଡ଼ି ନେତା ପ୍ରମୋଦ ସାହୁ ଅନୁଷ୍ଠାନ ରେ ଯୋଗ ଦେଇଥିଲେ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କ ସହିତ ସମସ୍ତ ପରିବାର ଏବଂ ବନ୍ଧୁବାନ୍ଧବ ମାନେ ଯୋଗ ଦେଇ ଖୁବ୍ ଆନନ୍ଦ ର ସହିତ ପାଳନ କରିଥିଲେ। ପାଖାପାଖି ଶତାଧିକ ଲୋକ ଏହି ପୂଜାରେ ସାମିଲ ହୋଇଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ।




