ଡ଼ମ୍ଫର ଦୁର୍ଘଟଣାରେ ଡ଼ମ୍ଫର ଅପରେଟର ମୃତ
ତାଳଚେର, ୦୨/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଗୋପାଳପ୍ରସାଦ ଗ୍ରାମପଂଚାୟତ କୁସୁମପାଳ ଗ୍ରାମ ନିବାସୀ ତଥା ଏମସିଏଲ ହିଙ୍ଗୁଳା ଖଣିରର କର୍ଯ୍ୟରତ ଡ଼ମ୍ଫର ଅପରେଟର ଶ୍ରୀନିବା ଦେହୁରୀ ଗତକାଲି ବିଳମ୍ବିତ ରାତ୍ରୀରେ ହିଙ୍ଗୁଳା ଖଣି ଟାଇମଅଫିସ୍ ନିକଟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୂତାବକ ଶ୍ରୀନିବାସ ଦେହୁରୀ ବାଇକରେ ଆସୁଥିବା ବେଳେ ଖଣିର ଏକ ଡ଼ମ୍ଫର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେହିଠାରେ ସେ ଟଳି ପଡ଼ିଥିଲେ ବୋଲି ହିଙ୍ଗୁଳା ଥାନା ସୂତ୍ରରୁ ଜଣାପଡ଼ିଛି । ଏହି ଖବର ପାଇଁ ଖଣିର କର୍ମଚାରୀ ସେଠାରେ ରୁଣ୍ଢ ହୋଇଥିଲେ ଓ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ଦେଖାଦେଇଥିଲା । ମୃତ ପରିବାରର ଜଣଙ୍କୁ ନିଯୁକ୍ତି ଓ ନିୟମ ଅନୁଯାୟୀ ସମସ୍ତ ବକେୟା ରାଶି ପ୍ରଦାନ କରିବା ନେଇ ଦାବି କରିଥିଲେ । ଏହି ଖବର ପାଇଁ ବିଧାୟକ ବ୍ରଜ କିଶୋର ପ୍ରଧାନ ସେଠାରେ ପଂହଚି ମୃତ ପରିବାରଙ୍କୁ ସମବେଦନା ପ୍ରଦାନ କରିଥିଲେ ।



