କୋଇଲା ପରିବହନରେ ରେକର୍ଡ଼ କଲା ଲିଙ୍ଗରାଜ ଲୋକାଲସେଲ୍
ତାଳଚେର, ୦୧/୦୪ ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ବିଭିନ୍ନ କଳକାରଖାନାକୁ ଦୈନନ୍ଦିନ ଶହଶହ ଟ୍ରିପ୍ କୋଇଲା ପରିବହନ ହୋଇଥାଏ । ଗତ ୨୦୨୬ ମାର୍ଚ୍ଚମାସରେ ୧୦ହଜାର ୯ଶହ ୫୯ ଟ୍ରିପ୍ ତଥା ୩ଲକ୍ଷ ୧୦ହଜାର ଟନ୍ କୋଇଲା ପରିବହନ କରି ୩୦ବର୍ଷର ରେକର୍ଡ଼ ସୃଷ୍ଟି କରିପାରିଛି । ଲିଙ୍ଗରାଜ ଜିଏମ ସୁବ୍ରତ ବିଶ୍ୱାଳ, ପିଓ ଆଶିଷ ରଞ୍ଜନ, ମ୍ୟାନେଜର ଯଶୋବନ୍ତ ପଟ୍ଟନାୟକ, ଡ଼େସପାଚ ଇନଚାର୍ଜ ପ୍ରଭାକର ପ୍ରଧାନଙ୍କ ପ୍ରଚେଷ୍ଟାରେ ଆଜି ଏହା ସମ୍ଭବ ହୋଇପାରିଛି ବୋଲି ଆଂଚଳିକ ଟ୍ରକ ମାଲିକସଂଘ ଓ ଲିଙ୍ଗରାଜ ସେକ୍ଟରର ସଭାପତି ମାନସ ଆଚାର୍ଯ୍ୟ, ଜିତେନ୍ଦ୍ର ଭୂତିଆ, ଉମାମାଧବ ଆଚାର୍ଯ୍ୟ, ଅଜିତ୍ ମିଶ୍ର, ତ୍ରିଲୋଚନ ସ୍ୱାଇଁ, ସୁଧିର ରଞ୍ଜନ ବଳ, ମାନସ ଭୂତିଆ, ପ୍ରିତମ ଦେବତା, ଜିତେନ୍ଦ୍ର ରାଉତ, ରାଜ ଦାସ ଓ ଅନ୍ୟାନ୍ୟ ଟ୍ରକମାଲିକ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଲୋକାଲସେଲ୍ କିପରି ଅଧିକରୁ ଅଧିକ ଟ୍ରକ ଯୋଗେ କୋଇଲା ପରିବହନ ହୋଇପାରିବ ଟ୍ରକ ମାଲିକମାନେ ସମସ୍ତ ସହାୟତାର ହାତ ବଢ଼ାଇବେ ବୋଲି ଶ୍ରୀ ଭୂତିଆ ଏହା ପ୍ରକାଶ କରିଛନ୍ତି ଓ ଏଥିନେଇ ମହାନଦୀ କୋଲଫିଲଡ଼ସ୍ ଲିମିଟେଡ଼୍ ସିଏମ ଶ୍ରୀ କାଓଲେ ଖଣିର କର୍ମଚାରୀମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-scaled.jpg)


