Spread the love

ଗୋପାଳପୁର, ୩୦/୫ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ସ୍ଥିତ ହୋଟେଲ୍ ପ୍ରମୋଦ ରେଡ଼ିସନ୍ ଠାରେ ଚାଲିଥିବା “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ – ୨୦୨୬” ପ୍ରଶିକ୍ଷଣ ବର୍ଗର ଦିତୀୟ ଦିବସର ଅଷ୍ଟମ ସତ୍ରରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ, ପୈାର ଏବଂ ସମବାୟ ନିର୍ବାଚନର ପୂର୍ବ ପ୍ରସ୍ତୁତି ସହିତ ଭାରତୀୟ ଜନତା ପାର୍ଟିକୁ କିଭଳି ଯଶସ୍ୱୀ କରାଇହେବ ସେହି ବିଷୟ ଉପରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।

ପ୍ରଶିକ୍ଷାର୍ଥୀ ମାନେ ନିଜର ସର୍ବସ୍ବ ଦେଇ ଆଗାମୀ ନିର୍ବାଚନରେ ବୁଥ୍ ବିଜୟର ସଂକଳ୍ପ ଏହି ପ୍ରଶିକ୍ଷଣ ବର୍ଗରୁ ନିଅନ୍ତୁ ବୋଲି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆହ୍ୱାନ ଦେଇଥିଲେ । ମୋଦି ସରକାରଙ୍କ ୧୨ ବର୍ଷ ଏବଂ ମୋହନ ସରକାରଙ୍କ ୨ ବର୍ଷର ଜନ କଲ୍ୟାଣ ଯୋଜନାକୁ ଲାଭାର୍ଥି ମାନଙ୍କ ପାଖରେ ପହଞ୍ଚାଇବା ପ୍ରଶିକ୍ଷାର୍ଥୀ ମାନଙ୍କର ପ୍ରଥମ ଲକ୍ଷ ହେଉ ବୋଲି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ।

ଏହି ସତ୍ରକୁ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ ମଞ୍ଚ ସଞ୍ଚାଳନ କରିଥିଲେ । ନବମ ସତ୍ରରେ ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ବିଜେପି ବାର୍ତ୍ତା ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ବିଜେପିର ଇତିହାସ ଏବଂ ବିକାଶ ଉପରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଦଶମ ସତ୍ରରେ ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ରତ୍ନଗର୍ଭା ସରସ୍ୱତୀ ଦେବୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପ୍ରକାଶ ମଙ୍ଗରାଜ ପ୍ରଶିକ୍ଷାର୍ଥୀ ମାନଙ୍କୁ ସରଳ, ସ୍ପଷ୍ଟ ଏବଂ ପ୍ରଭାବଶାଳୀ ହୋଇ ବ୍ୟବହାରିକ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ଏକାଦଶ ସତ୍ରରେ ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ମଞ୍ଚ ସଞ୍ଚାଳନ କରିଥିବା ବେଳେ ବିଜେପିର ବରିଷ୍ଠ ନେତା ସରୋଜ କର ବିଚାର ପରିବାର ଉପରେ ମାର୍ଗ ଦର୍ଶନ କରିଥିଲେ ।

ସମାରୋପ ସତ୍ରରେ ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଉପରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଉଦ୍ଦେଶ୍ୟ କେବଳ ଯୋଜନା ନୁହେଁ, ବରଂ ଜନ କଲ୍ୟାଣ ଓ ସଶକ୍ତିକରଣ । କେବଳ ହିତାଧିକାରୀ ନୁହେଁ ବରଂ ଦାୟୀତ୍ୱବାନ ଏବଂ ଭାଗିଦାରୀ ନାଗରିକ ସୃଷ୍ଟି କରିବା । ଶେଷ ଧାଡ଼ିର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବା ସହ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଏହା ହିଁ ନୂତନ ଭାରତର ମନ୍ତ୍ର ବୋଲି ସାଂସଦ ଅନିତା ଶୁଭଦର୍ଶିନୀ କହିଥିଲେ । ସମାରୋପ ସତ୍ରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ ଯୋଗ ଦେଇ ବିଜେପି କାର୍ଯ୍ୟକର୍ତ୍ତା କେବଳ ରାଜନୀତି ନୁହେଁ ବିକଶିତ ଭାରତ ନିର୍ମାଣରେ ଏକ ମୁଖ୍ୟ ଭୂମିକା ନେବା ଉଚିତ ବୋଲି ମାର୍ଗ ଦର୍ଶନ କରିଥିଲେ । ବିକଶିତ ରାଷ୍ଟ୍ର ମାନେ ଭାରତର ପଥ ବାଧକ ସାଜିଥିବା ବେଳେ ଭାରତ କିନ୍ତୁ ସମଗ୍ର ବିଶ୍ୱକୁ ଲାଇଟ୍ ହାଉସ୍ ଭଳି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମାର୍ଗ ଦର୍ଶନ କରାଉଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ କହିଥିଲେ । ଯୋଗ ହେଉଛି ଏକ ପ୍ରାଚୀନ ଭାରତୀୟ ସାଧନା ପ୍ରଣାଳୀ, ଯାହା ଶରୀର, ମନ ଓ ଆତ୍ମାର ସମନ୍ୱୟ ସ୍ଥାପନ କରେ । ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ମାନସିକ ଚାପ କମିଥାଏ । ଯୋଗ ଆମକୁ ଏକାଗ୍ରତା, ଧୈର୍ଯ୍ୟ ଓ ସକାରାତ୍ମକ ଚିନ୍ତାଧାରା ବିକଶିତ କରିବାରେ ସହାୟତା କରେ । ଆଜିର ବ୍ୟସ୍ତ ଜୀବନଶୈଳୀରେ ଯୋଗ ଏକ ସୁସ୍ଥ ଓ ସନ୍ତୁଳିତ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଦୈନିକ କିଛି ସମୟ ଯୋଗ ପାଇଁ ନିଶ୍ଚିତ ଭାବରେ ଦେବା ଉଚିତ୍ ବୋଲି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଥିଲେ । ଏହି ପରୀପ୍ରେକ୍ଷୀରେ ସକାଳେ ପ୍ରାୟ ଏକ ଘଣ୍ଟା ସମୟ ଧରି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ପ୍ରଶିକ୍ଷାର୍ଥୀ ଯୋଗ ଏବଂ ପ୍ରାଣାୟମ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ମାନ୍ୟବର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ପ୍ରଶିକ୍ଷଣ ମହାଅଭିଯାନ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଲଲାଟେନ୍ଦୁ ବଡୁ,ସହ ପ୍ରଭାରୀ ଶ୍ରୀମତୀ ଜୟନ୍ତୀ ପଢ଼ିୟାରୀ,ବିଜେପିର ବରିଷ୍ଠ ନେତା କୁଞ୍ଜବିହାରୀ ପାଣିଗ୍ରାହୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ସୁରେଶ ପାଢ଼ୀ,ଚିନ୍ମୟାନନ୍ଦ ଦାସ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା,ଜିଲ୍ଲା ଉପସଭାପତି ଗଙ୍ଗାଧର ସତପଥୀ,ପ୍ରବୀର ପାତ୍ର,ଜିଲ୍ଲା ସମ୍ପାଦକ ଶିବ ଶଙ୍କର ନାୟକ,ବସନ୍ତ ବେହେରା,କର୍ପୋରେଟର ସବିତା ସାହୁ,ସବିତା ନାୟକ,ବନିତା ସାହୁ,ସ୍ମିତାଲି ସ୍ମୃତିସ୍ନିଗ୍ଧା ପାତ୍ର,ପ୍ରଦୀପ ନାୟକ,ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି.ସୋମନାଥ ପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ନାରାୟଣ ଦାସ,ବନମାଳୀ ସେଠୀ,ଶଙ୍କର ପ୍ରଧାନ, ପ୍ରମୁଖ ସହ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *