Spread the love

ଭିଖମପୁର ଅଞ୍ଚଳର ପ୍ରିୟ ଭୋଇ ସାର୍‌ଙ୍କୁ ବିଡାୟକାଳୀନ ସମର୍ଦ୍ଧନା

ମାନେଶ୍ୱର ବ୍ଲକ ଅନ୍ତର୍ଗତ ଭିଖମପୁର ଆଞ୍ଚଳିକ ଏମ୍.ଇ. ସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ଭୋଇଙ୍କ ଅବସର ଉପଲକ୍ଷେ ଆଜି ବିଦ୍ୟାଳୟ ପରିସରରେ ଏକ ଭାବଗମ୍ଭୀର ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭିଖମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁପ୍ରଭା ବେହେରା ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ତ୍ରିଲୋଚନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଭୋଇଙ୍କ ଦୀର୍ଘ ଶିକ୍ଷକତା ଜୀବନ, ଶିକ୍ଷା ପ୍ରତି ନିଷ୍ଠା ଏବଂ ସମାଜ ଗଠନରେ ତାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀ ବିଭୂତି ନାଥ, ଶ୍ରୀ କୈଳାଶ ବାରିକ, ଶ୍ରୀ ବୁଧାଦେବ ବେହେରା, ଶ୍ରୀ ନବନାଥ, ଶ୍ରୀ ଉଜାଗର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ବିଶି, ଭିଖମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉପେନ୍ଦ୍ର ଭୋଇ, ଶିକ୍ଷକ ଶ୍ରୀ ଆନନ୍ଦ ସାହୁ, ଶ୍ରୀ ଉମେଶ ପ୍ରଧାନ, ସିଆରସିସି ଶ୍ରୀ ମନୋରଞ୍ଜନ ମେହେର, ଶ୍ରୀ ନରେନ୍ଦ୍ର କାଲୋ ଦିଲ୍ଲୀପ ଛତର ଓ ଶ୍ରୀ ଦାମୋଦର ମେହେର ପ୍ରମୁଖ ଯୋଗଦେଇଥିଲେ।
ଭିଖମପୁର ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ଏମ୍.ଇ. ସ୍କୁଲର ଏସ୍.ଏମ୍.ସି. ସଭାପତି ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରୀମତୀ ଯଶୋଦା ମେହେର ମଧ୍ୟ ଉପସ୍ଥିତ ରହି ନିଜ ମତାମତ ରଖିଥିଲେ। ବିଇଓ କାର୍ଯ୍ୟାଳୟରୁ ଆକାଉଣ୍ଟାଣ୍ଟ ଶ୍ରୀ ଆଜମ, ଏମ୍.ଆଇ.ଏସ୍. କୋ-ଅର୍ଡିନେଟର ଶ୍ରୀ ଦେବଦତ୍ତ ମହାପାତ୍ର ଏବଂ ଶ୍ରୀ ସାହେବା ଦାସ ଯୋଗଦେଇ ଶ୍ରୀ ଭୋଇଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ବହୁ ଦୂରଦୂରାନ୍ତରେ ରହୁଥିବା ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦେଇ ନିଜ ପ୍ରିୟ ଶିକ୍ଷକଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜଣାଇଥିଲେ। ଗ୍ରାମବାସୀମାନଙ୍କ ସକ୍ରିୟ ସହଯୋଗ ଏବଂ କୁବେର ପିଢ଼ିଙ୍କ ସୁଚାରୁ ଆୟୋଜନ ଓ କାର୍ଯ୍ୟ ନିର୍ବାହ ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
କାର୍ଯ୍ୟକ୍ରମକୁ ଶ୍ରୀ ସୋଲବଦନ ମହାନନ୍ଦ ଓ ଶ୍ରୀ ସୁଜିତ ରଣବିଡ଼ା ପରିଚାଳନା କରିଥିଲେ। ପରେ ଶ୍ରୀ ଦେବେନ୍ଦ୍ର କୁମାର ଭୋଇ ନିଜର ଦୀର୍ଘ କର୍ମଜୀବନର ଅନୁଭୂତି ସର୍ମ୍ପକରେ କହିଥିଲେ। ଶେଷରେ ଲଲିତ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରି ଭାବବିହ୍ୱଳ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ

Leave a Reply

Your email address will not be published. Required fields are marked *