ସ୍ଥାନୀୟ କିଛି କୁଜିନେତାଙ୍କ ଦାଦାଗିରି, ଅଞ୍ଚଳରେ ବୃଦ୍ଧି ପାଉଛି ଶ୍ରମିକ ଅସନ୍ତୋଷ।
କେନ୍ଦୁଝରଜିଲ୍ଲା ଯୋଡ଼ାବ୍ଲକ୍ ଅନ୍ତର୍ଗତ ତଥା ଯୋଡ଼ା ଥାନା ଅନ୍ତର୍ଗତ ଦେଉଝର ଗ୍ରାମପଞ୍ଚାୟତସ ମୂର୍ଗାବେଦା ସ୍ଥିତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କାଟାମାଟି ଟାଟା ଷ୍ଟିଲ୍ ମାଇନ୍ସରେ ସ୍ଥାନୀୟ ଠିକା ଶ୍ରମିକଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଲଗାତାର ଭାବେ ପାଞ୍ଚ ଛଅ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଗରିବ ଖଟିଖିଆ ଶ୍ରମିକଙ୍କୁ ହଠାତ୍ କାମରୁ ବାହାର କରିଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ଗଭୀର ନିରାଶା ଓ ଆକ୍ରୋଶ ପ୍ରକାଶ ଦେଖାଦେଇଛି।
ସୂଚନା ଅନୁଯାୟୀ ବର୍ତ୍ତମାନ ଖାଦାନ ଅଞ୍ଚଳରେ ଚାଲିଥିବା ଲେବୁଲିଂ କାର୍ଯ୍ୟରୁ ସ୍ଥାନୀୟ ଶ୍ରମିକଙ୍କୁ ବଞ୍ଚିତ କରାଯାଉଛି। ସ୍ଥାନୀୟ ବାସିନ୍ଦା ଓ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ଅଞ୍ଚଳର କିଛି ବିଜେଡି କୁଜିନେତା ଏହି କାମକୁ ହାତେଇବାକୁ ଅପଚେଷ୍ଟା କରୁଥିବା ନେଇ ସୂଚନା।ଏ ସମ୍ପର୍କରେ ସ୍ଥାନୀୟ ଲୋକ ଓ ଶ୍ରମିକମାନେ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇ ନିଜର ଦୁଃଖ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ସମାଧାନର କୌଣସି ବାଟ ନଫିଟିବାରୁ ଗରିବ ଶ୍ରମିକମାନେ ଦିନକୁ ଦିନ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। ସୀମାନ୍ତବର୍ତ୍ତୀ ଏହି ପାହାଡ଼ିଆ ଅଞ୍ଚଳରେ ରୋଜଗାରର ଅନ୍ୟ କୌଣସି ବିକଳ୍ପ ନାହିଁ। ଖଣି କାର୍ଯ୍ୟ ହିଁ ସ୍ଥାନୀୟ ଗରିବ ଖଟିଖିଆ ପରିବାର ଗୁଡ଼ିକର ପେଟ ପୋଷିବାର ମୁଖ୍ୟ ମାଧ୍ୟମ। ଏଭଳି ପରିସ୍ଥିତିରେ ଯଦି ସେମାନଙ୍କୁ ଏହି ଲେବୁଲିଂ କାମରୁ ବଞ୍ଚିତ କରାଯାଏ, ତେବେ ପରିବାର ପ୍ରତିପୋଷଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିବ। ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସ୍ଥାନୀୟ ଠିକା ଶ୍ରମିକଙ୍କୁ ପ୍ରଥମ ପ୍ରାଥମିକତା ଦେବା ସହ ସେମାନଙ୍କ ଜୀବିକା ସୁରକ୍ଷିତ କରିବାକୁ ସେମାନେ ଦାବି କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



