ଖଣିବିଭାଗର ଚଢ଼ାଉ, ଖଣିଜ ପଦାର୍ଥ ବୋଝେଇ ଟ୍ରକ ଜବତ, ମାଫିଆ ଫେରାର
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।ବ୍ୟାପକ ପଦକ୍ଷେପ ସତ୍ବେ ଯୋଡ଼ା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରୁନାହିଁ। ଖଣିଜ ଦ୍ରବ୍ୟ ଚୋରାଚାଲାଣରେ ଆନ୍ତଃରାଜ୍ୟ ମାଫିଆ ଙ୍କ ଚୋରା ଖଣିଜ ଦ୍ରବ୍ୟ କାରବାର ରେ ସମ୍ପୃକ୍ତି ରହିଥିବା ନେଇ ଅନୁମାନ କରାଯାଏ। ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସତ୍ବେ ଥମିବାର ନାଁ ଧରୁ ନାହିଁ ଖଣି ମାଫିଆ ମାନଙ୍କ ପାଦୃଭାବ। ଯୋଡ଼ାଖଣି ଵିଭାଗର ଏକ ଚାରି ଜଣିଆ ଟିମ ବଡବିଲ ଥାନା ଅନ୍ତର୍ଗତ ବଡ଼ବିଲ JRC ରେଳ ସାଇଡିଙ୍ଗ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ CLO ଲୁହାପଥର ସହିତ OD 09Z 4846 ନମ୍ବର୍ ବିଶିଷ୍ଟ ଏକ ହାଇୱା ଟ୍ରକ୍ ଜବତ । ତେବେ ଏହି କାରବାର ରେ ସମ୍ପୃକ୍ତ ମାଫିଆ ମାନେ ସୂଯୋଗ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖଣି ବିଭାଗ ପକ୍ଷରୁ ତଦନ୍ତକୁ ବ୍ୟାପକ କରାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



