ବନ୍ୟା ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ରଣପୁର ପଞ୍ଚାୟତର ନରଣପୁରରେ ଆଜି ଖରସ୍ରୋତା ପୁସ୍ତକ ମେଳା କମିଟି, ରଜ ମହୋତ୍ସବ କମିଟି ଓ କ୍ରିକେଟ ଟିମ୍ ପକ୍ଷରୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା।ଯଥା ଚୁଡ଼ା, ମୁଢ଼ି, ବିସ୍କୁଟ,ଅମୁଲୁ,ଚିନି, ପଶୁମାନଙ୍କ ପାଇଁ ଚୋକଡ,ଖାତା,ଦଟ,ପାଣି ବୋତଲ, ଆଦି ଦିଆ ଯାଇଥିଲା।ନରଣପୁର ହେଉଛି ଏକ ବାହ୍ୟଜଗତରୁ ବିଚ୍ଛିନ୍ନ ଗାଁ।ଚାରି ପଟରୁ ପାଣି ହିଁ ପାଣି। ସେ ଗାଁକୁ ଯିବାକୁ ହେଲେ ହୁଲି ଡଙ୍ଗା ହଁ ସାହା ଭରଷା। ଗୋଟିଏ ଟାପୁ କହିଲେ ଚଳେ । ସେମାନଙ୍କୁ ଭଗବାନ ହଁ ସାହା ଭରଷା।ଆଜି ସେହି ମାନଙ୍କ ପାଖରେ ରିଲିଫ ଧରି ପହଞ୍ଚି ଥିଲେ ଖରସ୍ରୋତା ପୁସ୍ତକ ମେଳା କମିଟି,ରଜ ମହୋତ୍ସବ ଏବଂ କ୍ରିକେଟୟିର ଟିମ୍।କମିଟିର ଗୋଟିଏ କଥା ଥିଲା ବାଲା ଦିଅ ନ ଥିଲା ବାଲା ନିଅ। ଆଜିର ଏହି କାର୍ଯ୍ୟକ୍ରମରେ ଯେଉଁମାନେ ସହଯୋଗ କରିଥିଲେ ସେମାନେ ହେଲେ ସଭାପତି ପଦ୍ମାକର ଗୁରୁ, ପ୍ରଫୁଲ୍ଲ ମହାକୁଡ଼, ରମେଶ ସାମଲ, ସରୋଜ କୁମାର ସାହୁ, ନରେନ୍ଦ୍ର ସାମଲ, ସୁବାସ ଜେନା,ମାନସ ଦାସ,କଳିଙ୍ଗ ମହାକୁଡ଼,ରମେଶ ଗୁରୁ, ଯଶୋବନ୍ତ ଦାସ,ପ୍ରଦୀପ ଦାସ, ଶଙ୍କର୍ଷଣ ସାମଲ, ବେଣୁଧର ସାହୁ,ମନୁଆ ସାହୁ ପ୍ରମୁଖ ଯୋଗଦେଇ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)

