Spread the love

ରଥଯାତ୍ରା ଭଜନ ସନ୍ଧ୍ୟା କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ |
••••••••••••••••••••••••••••••••


ତାଳଚେର ତା ୩ -୦୫-୨୦୨୬, ରିଖ ଅମଲାପଡା ସ୍ଥିତ ସଂସ୍କୃତି ଭବନ ଠାରେ ରଥଯାତ୍ରା ଭଜନ ସନ୍ଧ୍ୟା କମିଟି ର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ଙ୍କ ପ୍ରତିନିଧି ତଥା ଅନଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସନ୍ତୋଷ ପ୍ରଧାନ ଉପସ୍ଥିତ ରହିଥିଲେ |ପ୍ରଥମେ କମିଟିର ସମ୍ପାଦକ ସଂଜୀବ କୁମାର ପଟ୍ଟନାୟକ ପୁଷ୍ପ ଗୁଛ ପ୍ରଦାନକରି ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ସ୍ୱାଗତ କରାଯାଇଥିଲା |ଓ ପରେ ପରେ ୨୦୨୫-୨୬ର ଆୟ ବ୍ୟୟ ହିସାବ କରାଯାଇଥିଲା |ଓ ଚଳିତ ବର୍ଷ ରଥଯାତ୍ରା ଭଜନ ସନ୍ଧ୍ୟାକମିଟି ଦଶଦିନ ବ୍ୟାପିଯଥା ୧୬ ଜୁଲାଇ ଠାରୁ ଆରମ୍ଭ ହୋଇ ୨୫ ଜୁଲାଇ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବବୋଲି ସମ୍ପାଦକ ଶ୍ରୀ ସଂଜୀବ କୁମାର ପଟ୍ଟନାୟକ ମତବ୍ୟକ୍ତ କରିବାସହ ସଭାପତି ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନଙ୍କୁ ଅବଗତ କରାଇବେବୋଲି କହିଥିଲେ | ପ୍ରତି ବର୍ଷଭଳି ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ଓ ନୃତ୍ୟ ଶିଳ୍ପୀ ମାନେ ବଡଦାଣ୍ଡ, ମାଉସୀ”ମା” ମନ୍ଦିର ପ୍ରାଙ୍ଗଣ ଓ ଘୋଡ଼ାଶାଳ ନିକଟ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି କମିଟି ନିଷ୍ପତି ନେଇଅଛି | ରଥଯାତ୍ରା ଦିନ ବଡଦାଣ୍ଡ ରେ ବିଭିର୍ନ୍ନ ପ୍ରକାର ଓଡିଶୀ ନାମ ସଂକୀର୍ତନ କରାଯାଇ ଯାତ୍ରାର ମାଧୁର୍ଯ୍ୟକୁ ବଢ଼ାଇବାପାଇଁ କମିଟିର ସଦସ୍ୟ ସନ୍ତୋଷ ପ୍ରଧାନ କହିଥିଲେ| ଏଥିସହ ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗକୁ ଅର୍ଥ ନିଅଣ୍ଟ ହେଉଥିବାରୁ ଆର୍ଥିକ ଅନୁଦାନ ନିମନ୍ତେ କମିଟି ତରଫରୁ ଏକ ପତ୍ର ପ୍ରେରଣ କରାଯିବବୋଲି ନିଷ୍ପତି ନିଆଯାଇଅଛି |ଶେଷରେ କୋଷାଧକ୍ଷ କମଳାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରାଯାଇଥିଲା |
ଏହିବୈଠକ ରେ କମିଟିର ସଦସ୍ୟ ନିର୍ମଳ ରାଉତ, ସୁଧୀର କୁମାର ସାମନ୍ତ, ସାଗରୀକା ଦାସ ଭାଗିରଥି ସାହୁ, ସୁନୀଲ କୁମାର ସିଂହ,ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ |

Leave a Reply

Your email address will not be published. Required fields are marked *