ଏଆଇଟିୟୁସି ଶ୍ରମିକ ସଂଘ ତରଫରୁ ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସଂପାଦକଙ୍କୁ ସମ୍ବର୍ଦ୍ଧନା
ତାଳଚେର, ୦୩/୦୬ ତାଳଚେର କୋଇଲା ଖଣି ଅଂଚଳର ବିଶିଷ୍ଟ ଶ୍ରମିକ ନେତା ସୁରେନ୍ଦ୍ର କୁମାର ଶର୍ମା ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସଂପାଦକ ଭାବେ ମନୋତୀତ ହେବା ପରେ ତାଳଚେର କୋଲ୍ ମାଇନସ୍ ଏମ୍ପେ୍ଲାଇଜ୍ ୟୁନିଅନ୍ ଏଆଇଟିୟୁସି ପକ୍ଷରୁ ସାଉଥ୍ ବଲଣ୍ଡା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘ ପକ୍ଷରୁ ଶ୍ରୀ ଶର୍ମାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାସଂଘର କାର୍ଯ୍ୟକାରୀ ସଦସ୍ୟ ସୀମା ମଣ୍ଡଳ, ବୃନ୍ଦାବନ ଲେଙ୍କା, ଲିଙ୍ଗରାଜ କୋଇଲା କ୍ଷେତ୍ର ଏଆଇଟିୟୁସି ଶ୍ରମିକ ସଂଗଠନର ସଭାପତି ସୁଲେଖ ସେଠୀ, ଉପସଭାପତି ଚନ୍ଦ୍ରମଣି ନାଏକ, ସାଧାରଣ ସଂପାଦକ ସରୋଜ ସେଠୀ, ଭୁବନେଶ୍ୱରୀ କୋଇଲା ଖଣି ଏଆଇଟିୟୁସି ର ସଭାପତି ସମୀର ବେହେରା ଓ ସାଧାରଣ ସଂପାଦକ ଦ୍ୱିତୀନ୍ଦ୍ର ସାହୁ, ପ୍ରଶାନ୍ତ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ଶ୍ରୀ ଶର୍ମାଙ୍କୁ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ଖଣି ଅଂଚଳରେ ଶ୍ରମିକ ସଂଗଠନ ମଜବୁତ୍ ହେବା ସହିତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ହୋଇପାରିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ ।

June 3, 2026/
No Comments


