Spread the love

କେନ୍ଦୁଝର ଜିଲ୍ଲା ରୁଗୁଢିଥାନା ଅନ୍ତର୍ଗତରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଯୁବକ ମୃତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢ଼ି ଥାନା ଅନ୍ତର୍ଗତ ରେ ହାଇୱା ଧକ୍କାରେ ଯୁବକ ମୃତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରଗୁଢ଼ୀ ଥାନା ଅନ୍ତର୍ଗତ ରୁଗୁଢ଼ି ଗୁଆଲି ମୁଖ୍ୟ ରାସ୍ତାରେ ଜଣେ ଯୁବକ ଏକ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଏକ ହାଇୱା ଯାହାର ନମ୍ବର୍ OD 09 Z 5536 ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ମୋଟର ସାଇକେଲ କୁ ପଛପଟୁ ଧକ୍କା ଦେଇ ଚଡି ଯାଇଥିଲା, ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ରୁଗୁଢ଼ି ପୋଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା। ତେବେ ଯୁବକ ଜଣକ ବଡ଼ବିଲ ପଞ୍ଜାବିପଡ଼ା ସ୍ଥିତ ଗୁରୁଦେବ ସିଂ ଙ୍କ ପୁତ୍ର ଆମ୍ରିତ୍ ପାଲ୍ ସିଂ ହୋଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *