Spread the love

ପାଚିଲା ଆମ୍ବ ଖାଇବାକୁ ଗାଁ ରେ ପଶିଲା ହାତୀ ଲୋକେ ଆତଙ୍କିତ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି, ଜଙ୍ଗଲି ହାତୀ ଖାଦ୍ୟ ଅନ୍ୱେଷଣ ରେ ବାରମ୍ବାର ବିଭିନ୍ନ ଗ୍ରାମକୁ ପଶି ଆସୁଥିବା ବେଳେ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହୁଛନ୍ତି।ପାଚିଲା ଆମ୍ବ ଖାଇବାକୁ ଗାଁ ରେ ବୁଲୁଛି ଗୋଠ ଛଡ଼ା ଦନ୍ତାହାତୀ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ଦୁଇଟି ହାତୀ ଅଲଗା ଅଲଗା ଅଞ୍ଚଳରେ ରହୁଥିବା ବେଳେ ଏକ ଗୋଠ ଛଡ଼ା ଦନ୍ତା ହାତୀ ପାଚିଲା ଆମ୍ବ ଖାଇବାକୁ ଗାଁ ଭିତରକୁ ପଶିଆସୁଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଆଜି ଏହି ଗୋଠ ଛଡ଼ା ଦନ୍ତାହାତୀଟି ଆମ୍ବ ଖାଇବାକୁ ମାଳିପଶି ଗାଁ ମୁଣ୍ଡରେ ଥିବା ଆମ୍ବ ତୋଟା କୁ ଚାଲିଆସିଥିଲା । ହାତୀଟି ତୋଟାରେ ନିର୍ଭୟରେ ପାଚିଲା ଆମ୍ବ ଖାଇ ପୁଣି ଜଙ୍ଗଲ କୁ ଚାଲିଯାଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାସହ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *