Spread the love

ବ୍ରାହ୍ମଣୀନଦୀ ବୁଡ଼ି ଘଟଣା : ଆଜି ମିଳିଲା ୨ଶବ
ତାଳଚେର, ୦୮/୦୬ ଗତକାଲି ପ୍ରାୟ ଦିନ ୧ଘଟିକା ସମୟରେ ତାଳଚେର ହାଣ୍ଡିଧୂଆଁ ଷ୍ଟେସନ ଅଂଚଳରୁ ପ୍ରାୟ ୮ଜଣ ସାଙ୍ଗ ବ୍ରାହ୍ମଣୀନଦୀ କଲମ୍ବୁରୀ ତୁଠକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଜଣଙ୍କର ଗୋଡ଼ ଖସିିଯିବାରୁ ତାକୁ ରକ୍ଷା କରିବାକୁ ଯାଇ ଆଉ ୨ଜଣ ଯୁବକ ନଦୀରେ ଭାସି ଯାଇଥିଲେ ଏବଂ ସେମାନଙ୍କ ଶବ ଆଜି ଢ଼େଙ୍କାନାଳ ଜିଲ୍ଳା ସରାଙ୍ଗ ଅନନ୍ତ ଶୟନ ଜଟିଆବ୍ରିଜ୍ ନିକଟରୁ ଶକ୍ତି ସାହୁ (୧୫), ପ୍ରିନ୍ସି ଲୋହାର (୧୮)ଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସରକାରୀ ଚିିକତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଅକ୍ଳାନ୍ତ ପରିଶ୍ରମ ପରେ ତାଳଚେର ପୋଲିସ୍ ଅଗ୍ନିଶମ ବାହିନୀଙ୍କି ମିଳିତ ଉଦ୍ୟମରେ ଆଜି ସକାଳ ଭୋର ୫ଘଟିକାରେ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କୁ ଅପରାହ୍ଣ ୨ଘଟିକାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏହି ସମ୍ବେଦନଶୀଳ ଘଟଣା ଘଟିବାପରେ ତାଳଚେରକୁ ସ୍ତବ୍ଧ କରିଦେଇଥିଲା । ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ ମେଡ଼ିକାଲକୁ ପଂହଚି ରେଡ଼କ୍ରସ ପାଣ୍ଠିରୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ତେଣୁ ପ୍ରଶାସନ ପକ୍ଷରୁ ଆଗକୁ ଏହାର ପୁନରାବୃତି ନହେବା ପାଇଁ ଲୋକଙ୍କୁ ସଚେତନ କରିବାନେଇ ଏହି ସମ୍ବେଦନଶୀଳ ଘାଟ ଗୁଡ଼ିକରେ ଫଳକ ମାଧ୍ୟମରେ ସୂଚୀତ କରାଗଲେ କିଛିକାଂଶରେ ନିରୀହ ଜୀବନ ଗୁଡ଼ିକ ବଂଚି ଯାଇ ପାରନ୍ତା ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *