Spread the love

ଇଟାଭାଟି ର ନିଆଁ ଲିଭାଇଲା ତହସିଲ ପ୍ରଶାସନ

ଯାଜପୁର — ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ମଧୁସୁଦନ ପୁର ପଞ୍ଚାୟତର ବଗମରା ବାଲି ଘାଟରେ ବାରମ୍ବାର ଅଭିଯୋଗ ହେଲା ପରେ ବରି ତହସିଲଦାର ଦିପ୍ତିମୟୀ ବେହେରା ଚଢ଼ାଉ କରି 4 ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ 50 ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଏତତ ବ୍ୟତୀତ ଗ୍ରୀଷ୍ମ ଋତୁ ସମୟରେ ବେଆଇନ ଭାବରେ ଇଟାଭାଟି ରେ ନିଆଁ ଲାଗୁଥିବା ଘଟଣା ସ୍ଥାନୀୟ ତହସିଲଦାର ଙ୍କ ପାଖକୁ ନଜର ଆସିବା ପରେ ସେ ତୁରନ୍ତ ଯାଇ ଏକ ଇଟାଭାଟି ରୁ ନିଆଁ ଲିଭାଇ ଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସମସ୍ତ ତହସିଲ ଅଞ୍ଚଳର ସମସ୍ତ ରାଜସ୍ୱ ନିରୀକ୍ଷକଙ୍କୁ ସରକାରୀ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *