କାର୍ଲୀ ପଢ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଲୟ୍ବରେ ପୋଷାକ ବିତରଣ
ଧର୍ମଗଡ଼(ଜାଗ୍ରତ ଭାରତ ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗ ସାପାଲି ଗ୍ରାମପଞ୍ଚାୟତ ର କାର୍ଲୀ ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଲୟ ରେ ପୋଶାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ସ୍କୁଲ ସଭାପତି ବୈବସୁତ ରଣାଙ୍କ ତତ୍ୱବିଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ ର ଭଦ୍ରବ୍ୟକ୍ତି ତଥା ସ୍କୁଲର ପରିଚାଲନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ୩୪ଜଣ ପୁଅ ଏବଂ ୪୪ଜଣ ଝିଅ ସର୍ବମୋଟ ସଂଖ୍ୟା ୭୮ ଜଣ ପୁଅ ଝିଅ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ସଭାପତି. ବୈବସୁତ ରଣା. ହେଡ ମାଷ୍ଟର ଖିରସିନ୍ଧୁ ବାଗ ସହଯୋଗି ପଞ୍ଚାନନ ବୁଧି ଓ ସମାଜସେବି.ଧବଲେଶ୍ଵରରଣା ସ୍କୁଲ କମିଟି. ଡମ୍ବରୁ ବାଗ.ଧନୁଯ୍ୟରଣା.ମାଧବିହିଂସ.ଭବାନୀ ହିଂସ.ନିରା କାର ରଣା ପ୍ରମୁଖ ଙ୍କ ଉପସ୍ଥିତ ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ, ହୋଇଥିଲା
ଧର୍ମଗଡ଼ ରୁ ଧବଳେଶ୍ଵର ରଣାଙ୍କ ରିପୋଟ ଜାଗ୍ରତ ଭାରତ ନ୍ୟୁଜ



