ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନ
ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମର ଏକ ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା।ବଣ୍ଟନ କାର୍ଯ୍ୟ ସମେତ ଋତୁସ୍ରାବ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଗଲା।ଏଥିରେ ସମାଜସେବୀ ଶୁଭ ପଣ୍ଡା ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର କାର୍ଯ୍ୟକର୍ତ୍ତା ସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହିଥିଲେ।ସହଯୋଗର ହାତ ବଢ଼େଇ ଥିଲେ ସୁଦୀପା ମିଶ୍ର, ସୌମ୍ୟ ରଂଜନ ପାଢ଼ୀ, ବିଶ୍ୱଜିତ୍ ସେଠୀ ଓ ସୌମ୍ୟା ମିଶ୍ର।



