*ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ଆୟୋଜିତ*

ଅନୁଗୋଳ,୧୨.୦୬ : ଅନୁଗୋଳ ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସ ବର୍ଗର ୯୦ରୁ ଅଧିକ ସନ୍ତରଣକାରୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ଦକ୍ଷତା ଏବଂ ପ୍ରତିଯୋଗିତାମୂଳକ(freestyle, backstroke, breaststroke) ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଓଡ଼ିଶା IIS JSW ସନ୍ତରଣ କାର୍ଯ୍ୟକ୍ରମର ହେଡ୍ ଅଫ୍ ଅପରେସନ୍ସ ଶ୍ରୀ ସଚିକାନ୍ତ କୁମାର ଏବଂ ଓଡ଼ିଶା ସ୍ୱିମିଂର ମ୍ୟାନେଜର ଶ୍ରୀ ପ୍ରକିତ ମହାନ୍ତି ଉପସ୍ଥିତ ଥିଲେ।

ଏହି ପ୍ରତିଯୋଗିତାକୁ ବରିଷ୍ଠ ପ୍ରଶିକ୍ଷକ ଅଞ୍ଜୁ ପରିଡ଼ା ଓ ରବି ନାରାୟଣ ବେହେରା, କନିଷ୍ଠ ପ୍ରଶିକ୍ଷକ ଶିବ ମହାର, ଜ୍ୟୋତ୍ସ୍ନା ବେହେରା ଏବଂ ସୁଭଦ୍ରା ମୁଖୀ, ସହାୟକ ଫ୍ୟାସିଲିଟି ମ୍ୟାନେଜର ଓମ ପ୍ରକାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। ଏହି ପ୍ରତିଯୋଗିତା ଜିଲ୍ଲା ସନ୍ତରଣ କ୍ରୀଡ଼ା ଜଗତର ଅଭିବୃଦ୍ଧି ଓ ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇପାରିଛି।




