Spread the love

ରେଳ ୱାଗନରେ ପାଲ ନଭିଡି କୋଇଲା ପରିବହନ କଲେ ଆନ୍ଦୋଳନ ଚେତାବନୀ, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କୁ ଦାବୀ ପାତ୍ର


ତାଳଚେର, ୧୭/୦୬ ରେଳ ୱାଗନରେ ପାଲ ନଭିଡି କୋଇଲା ପରିବହନ କଲେ ଆନ୍ଦୋଳନ ଚେତାବନୀ ଦିଆଯିବା ସହ ତାଳଚେରରୁ କୋଇଲା ବୋଝେଇ ରେଳ ୱାଗନ ଗୁଡିକ ଛଡା ଯିବ ନାହିଁ ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କୁ ଦାବୀ ପାତ୍ର ପ୍ରଦାନ କରାଯାଇଛି l ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ, ରେଳ ୱାଗନ ଗୁଡିକରେ କୋଇଲା ପରିବହନ ବେଳେ ପାଲ ନଭିଡିବାରୁ ତାଳଚେର ଠାରୁ ଆଠଗଡ ପର୍ଯ୍ୟନ୍ତ ରେଲୱେ ଲାଇନ ନିକଟସ୍ଥ ପ୍ରାୟ ଏକ ଶହ ରାଜସ୍ବ ଗ୍ରାମର ଲୋକେ ବାୟୁ ପ୍ରଦୂଷଣ ର ଶିକାର ହେଉଛନ୍ତି ଏବଂ ରୋଗାକ୍ରାନ୍ତ ହେଉଛନ୍ତି l ଏନେଇ ଗତ ତା୧୧/୧୧/୨୦୨୫ ରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ପାଲ ଭିଡି ରେଳ ୱାଗନ ଗୁଡିକ କୋଇଲା ପରିବହନ କରିବାକୁ ନିର୍ଦେଶନାମା ଜାରି କରିଥିଲେ l ସେହିଭଳି ପୂର୍ବତଟ ରେଲୱେ ର ଜେନେରାଲ ମ୍ୟାନେଜର ଙ୍କର ତାଳଚେର ଗସ୍ତରେ ଆସିଥିବା ବେଳେ ଖୁବ ଶୀଘ୍ର ପାଲଭିଡା ହେବ ବୋଲି ପ୍ରତିଶୃତି ଦେଇଥିଲେ l ମାତ୍ର ଏକ ବର୍ଷ ବିତିଯାଇଥିଲେ ହେଁ କୌଣସି ପ୍ରକାର କାର୍ଯ୍ୟକାରୀ ହେଲା ନାହିଁ l ଏନେଇ ଗତ ତା୧/୧୨/୨୦୨୫ ରିଖରେ ସଂଘ ପକ୍ଷରୁ ହାଣ୍ଡିଧୁଆ ଠାରେ ଗଣ ଧାରଣା ଦିଆଯାଇଥିଲା l ମାତ୍ର ଏହାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରଶାସନ ତରଫରୁ ଏକ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା l ମାତ୍ର ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଲା ନାହିଁ l ଆସନ୍ତା ଏକ ମାସ ମଧ୍ୟରେ ରେଳ ୱାଗନ ଗୁଡିକ ପାଲ ନଭିଡି କୋଇଲା ପରିବହନ କଲେ ସଂଘ ପକ୍ଷରୁ ରେଳରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଲିଖିତ ଭାବେ ଏମସିଏଲ ମୁଖ୍ୟ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଡ଼ି. କେ. ପାତ୍ରଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କୁ ଜଣାଇ ଦିଆଯାଇଛି l ଏହାର ନକଲ ତାଳଚେର ରେଲୱେ ଷ୍ଟେସନ ର ଏଆରଏମ ଙ୍କୁ ମଧ୍ୟ୍ୟ ପ୍ରଦାନ କରାଯାଇଛି l ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ସଂଘ ର ଉପସଭାପତି ଶରତ ଚନ୍ଦ୍ର ନାଏକ, ଦୀପକ କୁମାର ସାହୁ, ସତ୍ୟ ମହାନ୍ତି, ସୁନୀଲ ପାଣି, ଜିତୁ ସାହୁ, ବିଭୁତି ସାହୁ, ବେଡା କାଞ୍ଜି, ଅଲେଖ ଦେହୁରୀ, ସହଦେଵ ସାହୁ, ପ୍ରଶାନ୍ତ ବିଶ୍ୱାଳ, ଚକରା ବେହେରା, ସୁବାସ ସାମଲ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *