Spread the love

ହିଙ୍ଗୁଳା ପୀଠରେ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଅନୁଷ୍ଠିତ, ମାନପୁର ପ୍ରଥମ


ତାଳଚେର, ୧୭/୦୬ ପବିତ୍ର ରଜ ସଂକ୍ରାନ୍ତି ପାଳନ ଅବସରରେ ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିସରରେ ୧୪ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ ତଥା ବରିଷ୍ଟ ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ହିଙ୍ଗୁଳା କୋଇଲା ଖଣିର ମହାପ୍ରବନ୍ଧକ ଏସ୍.ଭି.ଯୋଶୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ପଦ୍ମନାଭ ସ୍ୱାଇଁ, ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ରାଜେନ୍ଦ୍ର ସିଂହ, ମୂରଲୀଧର ସାହୁ, ଅରୁଣ ପ୍ରଧାନ, ରତ୍ନାକର ସାହୁ, ସଞ୍ଜୟ ସାହୁ, ପୂର୍ବତନ ସରପଂଚ ପଠାଣି ବାରିହା, ଦଣ୍ଡଗୁରୁ ହରମୋହନ ସାହୁ, ଆମ ପୁରାଣ, ଆମ ସଂସ୍କୃତି ଅନୁଷ୍ଠାନର ସଭାପତି ବିଜୟ ଦାସ, ସଂପାଦକ ବାମଦେବ ସେଠ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନୃତ୍ୟଶିଳ୍ପୀ ତମନ୍ନା ନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ପ୍ରବଚିକା ଧୀରାରାଣୀ ମନ୍ଥନ ଭାଗବତ ପ୍ରବଚନ ଦେଇଥିଲେ । ଏହି ପ୍ରତିଯୋଗିତାରେ ବଅଁରପାଳ, ଶିରିଗିଡ଼ା, କଙ୍କିଳି, ଶାବଳଭଙ୍ଗା, ଲାଙ୍ଗିଯୋଡ଼ା, ପୁରୁକିଆ, ମାନପୁର, ସାନ ଯୋରଡ଼ା, ଗୋବରା, ବଡ଼ ଯୋରଡ଼ା, ସାନତ୍ରିବିଡ଼ା ପ୍ରମୁଖ ବାରଟି ଦଳ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ରାହାସ ଚନ୍ଦ୍ର ବିଶ୍ୱାଳ ଦାୟିତ୍ୱ ତୁଲାଇଥିବା ବେଳେ ଅରୁଣ କୁମାର ଗଡ଼ନାୟକ, ହେମନ୍ତ ଦାସ, ଶୁଶିଲ କୁମାର ପ୍ରଧାନ, ଦିଲ୍ଲୀପ ଦାସ, ସଂଯୁକ୍ତା ସାହୁ, କରୁଣାକର ବାଇ ପ୍ରମୁଖ ମଂଚ ପରିଚାଳନା କରିଥିଲେ । ତ୍ରେତାନନ୍ଦ ସାମନ୍ତ, ଗୀତାମୟୀ ମହାପାତ୍ର ଓ ଲିଲି ପ୍ରଧାନ ସ୍କୋରର୍ ଦାୟିତ୍ୱ ତୁଲାଇ କରିଥିଲେ । ଏହି ପ୍ରତିଯୋଗିତାରେ ମାନପୁର ପ୍ରଥମ ସ୍ଥାନ, ସାନ ଯୋରଡ଼ା ଦ୍ୱିତୀୟ ସ୍ଥାନ ଓ ବଡ଼ ଯୋରଡ଼ା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ଟ୍ରଫି, ମାନପତ୍ର ଓ ଆଧ୍ୟାତ୍ମିକ ପୁସ୍ତକ ଉପହାର ଦେଇ ସମ୍ମାନୀତ କରିଥିଲେ । ଏହି ଅନନ୍ୟ ଆଧ୍ୟାତ୍ମିକ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ପୁରାଣପ୍ରେମୀ

Leave a Reply

Your email address will not be published. Required fields are marked *