ଗୋଆରେ ୯ତମ ଟାଇକୋଣ୍ଡୋ ଏସିଆ କପ୍ରେ କଳିଙ୍ଗ ଟାଇକୋଣ୍ଡୋ ଆଶ୍ସୋସିଏସନ ର ସଫଳତା, ୧୮ଟି ପଦକ ହାସଲ

କଟକ, ତା. ୧୨/୦୭: ଗୋଆ ମାପୁଷl ର ପେଡମ ଇଣ୍ଡୋର ଷ୍ଟାଡିଅମ ରେ ଜୁନ୍ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୯ତମ ଟାଇକୋଣ୍ଡୋ ଏସିଆ କପ୍–୨୦୨୬ରେ କଳିଙ୍ଗ ଟାଇକୋଣ୍ଡୋ ଆଶ୍ସୋସିଏସନ ର ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଓଡ଼ିଶା ସମେତ ବିଭିନ୍ନ ଦେଶ ର ଖେଳାଳିଙ୍କ ଅଂଶଗ୍ରହଣରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଳିଙ୍ଗ ଟାଇକୋଣ୍ଡୋ ଆଶ୍ସୋସିଏସନ ର ଖେଳାଳିମାନେ ଉଚ୍ଚକୋଟୀର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ।
କୋଚ୍ ଓମ କାର ନାୟକ, ଅଂଶୁମାନ ମହାନ୍ତି ଓ ଗାୟତ୍ରୀ ସିଂହଙ୍କ ତତ୍ତ୍ୱାବଧାନରେ ଗୋଆରେ ଉନ୍ନତମାନର ପ୍ରଶିକ୍ଷଣ ପାଇଥିବା ୧୮ ଜଣ ପୁରୁଷ ଓ ମହିଳା ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ସ୍ୱର୍ଣ୍ଣ, ୬ ଜଣ ରୌପ୍ୟ ଓ ୫ ଜଣ କାଂସ୍ୟ ପଦକ ଜିତି ମୋଟ ୧୮ଟି ପଦକ ହାସଲ କରିଥିଲେ।
ଏହି ସଫଳତା ଅବସରରେ କଟକ ଗାନ୍ଧୀ ଭବନଠାରେ କଳିଙ୍ଗ ଟାଇକୋଣ୍ଡୋ ଆଶ୍ସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସଂଗଠନର ସଭାପତି ଅଶୋକ କୁମାର କାଣ୍ଡି ଓ ସମ୍ପାଦକ ପ୍ରଦୀପ କୁମାର କାଣ୍ଡି କହିଥିଲେ ଯେ, ଏସିଆ କପ୍ରେ କଳିଙ୍ଗ ଟାଇକୋଣ୍ଡୋ ଆଶ୍ସୋସିଏସନ ର ଖେଳାଳିମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ରହିଛି। ଭବିଷ୍ୟତରେ ମଧ୍ୟ ରାଜ୍ୟରୁ ଅଧିକ ସଂଖ୍ୟକ ଆନ୍ତର୍ଜାତିକସ୍ତରୀୟ ଖେଳାଳି ସୃଷ୍ଟି ପାଇଁ ସଂସ୍ଥା ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଜାରି ରହିବ ବୋଲି ସେମାନେ କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ସଫଳ ଖେଳାଳିମାନଙ୍କୁ ସାର୍ଟିଫିକେଟ୍ ଓ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ତତ ସହିତ ଅଭିଭାବକ ମାନଙ୍କୁ ମଧ୍ୟ ସନମାନିତ କରା ଯାଇ ଥିଲା
ସ୍ୱର୍ଣ୍ଣ ପଦକ ବିଜେତାମାନେ ହେଲେ ପ୍ରିୟାଙ୍କା ସିଂ, ନିଲିପ୍ତା ସିଂ, ଏମ୍.ଡି. ଅଦିଲ୍ ଖାଁ, ମୃତ୍ୟୁଞ୍ଜୟ ଶର୍ମା, ସୁକନ୍ୟା ପୃଷ୍ଟି, ସାଇ ସମର୍ଥ ରାଉତ ଓ ପ୍ରିୟାଶୁ ପଣ୍ଡା। ରୌପ୍ୟ ପଦକ ବିଜେତା ହେଲେ ଯୁଗଳ କିଶୋର ସାସମଲ, ସଂକଳ୍ପ ପୁହାଣ, ମୈତ୍ରୀ ବେହେରା, ସାଇ ଆଦିତ୍ୟ ସାମନ୍ତରାୟ, ସୁରିମା ସିଂ ଓ ପ୍ରିୟାଶୀ କାଣ୍ଡି। ସେହିପରି କାଂସ୍ୟ ପଦକ ବିଜେତାମାନେ ହେଲେ କଳ୍ପନା ଓଝା, ସlକୀର ଉର୍ ରହମନ , ସୌମ୍ୟରଞ୍ଜନ ମାଝୀ, ସୁପ୍ରିତି ସାମନ୍ତ ଓ ସୂର୍ଯ୍ୟଦୀପ ସାମନ୍ତ।



