ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଧରିଲେ ପଦ୍ମ
ଭୁବନେଶ୍ୱର – ସ୍ଥାନୀୟ ଭାରତୀୟ ଜନତା ଦଳ କାର୍ଯ୍ୟାଳୟରେ ଆଜି ସାନ୍ଧ୍ୟରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ବିଧିବଦ୍ଧ ଭାବରେ ଭାରତୀୟ ଜନତା ଦଳରେ ଯୋଗଦେଇଛନ୍ତି, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତଥା ଦଳର ସଭାପତି ମନମୋହନ ସାମଲଙ୍କ ଉପସ୍ଥିତ ରେ ଯୋଗଦେଇଥିଲେ, ଆଜି ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବିରାଟ ପାଟୁଆରେ ଯାଇ ଦଳ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ସାମିଲ ହୋଇଥିଲେ,ପ୍ରଭାତ ବିଶ୍ୱାଳଙ୍କ ସହିତ କଟକର ଅନେକ ବୁଦ୍ଧିଜୀବୀ, ଡାକ୍ତର, ଶିକ୍ଷାବିତ ମାନେ ମଧ୍ୟ ଦଳରେ ଯୋଗଦେଇଛନ୍ତି, ପାଖାପାଖି ୩୫ ହଜ଼ାରରୁ ଅଧିକ ଲୋକ ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ,କଟକର ବହୁତ କେର୍ପୋରେଟର ମାନେ ମଧ୍ୟ୍ୟ ବିଜେପି ରେ ଯୋଗ ଦେଇଥିଲେ, ବିଭନ ସଂଗଠନର ସଦସ୍ୟ ମାନେ ଯୋଗ ଦେଇଥିଲେ,ଭାରତୀୟ ଜନତା ଦଳର ଜିଲ୍ଲା ସଭାପତି, ଅନେକ ନେତା ମାନେ ଉପସ୍ଥିତ ରହିଥିଲେ।



