Spread the love

ଘରୋଇ କମ୍ପାନୀର ଖାମଖିଆଲି ନୀତି ଯୋଗୁ ଦୁର୍ଘଟଣାରେ ଦୁଇମୃତ ଜଣେ ଗୁରୁତର ଆହତ।

ହାଇୱା ଧକ୍କାରେ ୨ଜଣ ବାଇକ୍ ଆରୋହୀ ମୃତ, ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡ଼ିକାଲ୍ କଲେଜ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଡ଼କାଳିମାଟି ଛକରେ ବାଇକ୍ ଆରୋହୀଙ୍କ ଉପରେ ହାଇୱା ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ପଳାସପଙ୍ଗା ବାମେବାରୀ ରାସ୍ତାର ବଡ଼ବାଳିମାଟି ଛକରେ ରାସ୍ତାରୋକ କରିଥିଲେ। ଗୋଟିଏ ବାଇକ୍ ରେ ୩ଜଣ ଆସୁଥିବା ବେଳେ, ରାସ୍ତାକଡ଼ରେ ମାଟି ଖୋଳି ପାଇପ୍ ବିଛାଉଥିବା କମ୍ପାନୀର ଖାମଖିଆଲି ନୀତି ଯୋଗୁ ରାସ୍ତାକଡରେ ଗଦା ହୋଇଥିବା ମାଟିରେ ବାଇକ୍ ଖସିଯିବାରୁ ସେମାନେ ରାସ୍ତା ଉପରେ ପଡ଼ିଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ହାଇୱା ସେମାନଙ୍କ ଉପର ଚଢ଼ିଯାଇଥିଲା । ଫଳରେ, କାଳିମାଟି ଗାଁର ରାମକୃଷ୍ଣ ପୂର୍ତ୍ତି ଏବଂ ଦବୁନା ଗାଁର ରଥ ଆଙ୍ଗରାଇ ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏଥିସହିତ, ଦବୁନା ଗାଁର ଚନ୍ଦନ ବାରିକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଧରଣୀଧର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକମାନେ ବଡ଼କାଳିମାଟି ଛକରେ ରାସ୍ତାରୋକ କରିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ପ୍ରତିଶ୍ରୁତି ପାଇବା ପରେ ଲୋକେ ଧାରଣାରୁ ଓହରିବାରୁ ଉକ୍ତ ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *