Spread the love

ପ୍ରେକ୍ଷାଳୟରେ ୫୦ ଦିନର ସଫଳ ଯାତ୍ରା ପୂରଣ କଲା ‘ଶିକାର’, ଅମ୍ଲାନ–ଏଲିନାଙ୍କ ଯୋଡ଼ି ଜିତିଲା ଦର୍ଶକଙ୍କ ହୃଦୟ

ଭୁବନେଶ୍ୱର: ରଜ ଅବସରରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଶିକାର’ ବକ୍ସ ଅଫିସରେ ସଫଳତାର ନୂଆ ଅଧ୍ୟାୟ ଲେଖିଛି। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ସଫଳତାର ସହ ୫୦ ଦିନ ପୂରଣ କରିଥିବାବେଳେ, ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଏବେ ମଧ୍ୟ ଅବ୍ୟାହତ ରହିଛି।

ଦୀର୍ଘ ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ଅଭିନେତା ଅମ୍ଲାନଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି। ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ସହ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ତାଙ୍କ ଯୋଡ଼ି ମଧ୍ୟ ପ୍ରଶଂସା ସାଉଁଟିଛି। ଉଭୟଙ୍କ ରୋମାଣ୍ଟିକ କେମିଷ୍ଟ୍ରି ଓ ପରଦା ଉପସ୍ଥିତି ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଅନେକ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ‘ଶିକାର’ ଦୀର୍ଘ ସମୟ ଧରି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିବାରୁ ଏହାର ଲୋକପ୍ରିୟତା ସ୍ପଷ୍ଟ ହୋଇଛି। ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟା ଓ ମୁଖେମୁଖେ ପ୍ରଚାର ଚଳଚ୍ଚିତ୍ରର ସଫଳତାକୁ ଆହୁରି ମଜବୁତ କରିଛି।

‘ଶିକାର’ର ଏହି ସଫଳ ଯାତ୍ରା ଓଡ଼ିଆ ସିନେମା ଶିଳ୍ପ ପାଇଁ ମଧ୍ୟ ଏକ ଉତ୍ସାହଜନକ ସଙ୍କେତ ବୋଲି ସିନେପ୍ରେମୀମାନେ ମତ ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *