ଶ୍ରାବଣ ମାସରେ ଜମିଛି ପୂଜା ସାମଗ୍ରୀ ବଜାର, ବାହୁଙ୍ଗି କିଣିବାକୁ ଲୋକଙ୍କ ଭିଡ଼
ଢେଙ୍କାନାଳ, ୨ ଅଗଷ୍ଟ: ପବିତ୍ର ଶ୍ରାବଣ ମାସ ଆରମ୍ଭ ହେବା ସହିତ ଢେଙ୍କାନାଳ ସହରର ବିଭିନ୍ନ ପୂଜା ସାମଗ୍ରୀ ଦୋକାନରେ ଜମିଛି ବେପାର। ଶିବଭକ୍ତଙ୍କ ଆବଶ୍ୟକତାକୁ ଦେଖି ବଜାରରେ ବାହୁଙ୍ଗି, ଶିଖା, ପ୍ଲାଷ୍ଟିକ ଢାଳ, ପିତଳ ଢାଳ, ଘୁଙ୍ଗୁର, କାଉଡ଼ିଆ ଡ୍ରେସ୍ ସହ ବିଭିନ୍ନ ପୂଜା ସାମଗ୍ରୀ ବିକ୍ରି ହେଉଛି।
ମିନା ବଜାରର ପୂଜା ସାମଗ୍ରୀ ବ୍ୟବସାୟୀ ପ୍ରକାଶ ଦାସ କହିଛନ୍ତି ଯେ, ବାହୁଙ୍ଗିର ଦାମ ଗୁଣବତ୍ତା ଅନୁଯାୟୀ ୨୦୦ରୁ ୨୫୦ ଟଙ୍କା ମଧ୍ୟରେ ରହିଛି। ଶ୍ରାବଣ ମାସ ସାରା ଏହି ସାମଗ୍ରୀର ଭଲ ଚାହିଦା ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଶ୍ରାବଣ ସୋମବାର ଓ ବୋଲ ବମ୍ ଯାତ୍ରାକୁ ନଜରରେ ରଖି ବଜାରରେ ବିଭିନ୍ନ ରଙ୍ଗ ଓ ଡିଜାଇନ୍ର ପୂଜା ସାମଗ୍ରୀ ସଜାଯାଇଥିବା ବେଳେ, ଭକ୍ତମାନଙ୍କ ଭିଡ଼ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି।
