
ଅନୁଗୋଳ ଜିଲ୍ଲାରେ ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR)-୨୦୨୬ର ଖସଡ଼ା ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକଳାପର ସମୀକ୍ଷା
ଆଜି ଅନୁଗୋଳ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଶ୍ରୀ ସୁଧାଂଶୁ ମୋହନ ସାମଲ, ଆଇ.ଏ.ଏସ୍., ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ତଥା ରାଜସ୍ବ ବିଭାଗୀୟ କମିଶନର, କେନ୍ଦ୍ରାଞ୍ଚଳ, କଟକଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସଘନ ଭୋଟରତାଲିକା (Special Intensive Revision-SIR)-୨୦୨୬ର ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକଳାପର ଅଗ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ୫୯-ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି, ୬୧-ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ୬୨-ଛେଣ୍ଡିପଦା (ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲା ନିର୍ବାଚନ ଅଧିକାରୀ, ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ମୁଖ୍ୟାଳୟ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ଜିଲ୍ଲାସ୍ତରୀୟ ଅଧୂକାରୀ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନ ଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଅନୁଗୋଳ ଜିଲ୍ଲାରେ ଚାଲିଥିବା SIR-୨୦୨୬ର ଅଗ୍ରଗତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଦାବି ଓ ଆପଭିର ନିଷ୍ପଭି, ଦସ୍ତାବିଜ ଯାଞ୍ଚ, ଶୁଣାଣି, ଫର୍ମ-୬, ୬କ, ୭ ଓ ୮ର ନିଷ୍ପତ୍ତି, “ଚୁଡାନ୍ତ ତାଲିକାଙ୍କୁ” ପର୍ଯ୍ୟାୟକୁ ଯୋଗ୍ୟ ଭୋଟରଙ୍କ ସ୍ଥାନାନ୍ତରଣ, ବୁଥ୍ ସ୍ତରୀୟ ଅଧୂକାରୀ (BLO), ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ଙ୍କ କାର୍ଯ୍ୟକଳାପ ଏବଂ SVEEP କାର୍ଯ୍ୟକ୍ରମ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।
ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ପ୍ରତିନିଧିମାନେ ସେମାନଙ୍କର ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ। ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ଦାବି ଓ ଆପତ୍ତିର ଶୀଘ୍ର ନିଷ୍ପତ୍ତି, ଦସ୍ତାବିଜ ଯାଞ୍ଚ ଓ ଶୁଣାଣି କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ସହିତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ସଠିକ୍, ସ୍ବଚ୍ଛ, ଅନ୍ତର୍ଭୁକ୍ତିମୂଳକ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରିଥିଲେ ।




