Spread the love

ଅନୁଗୋଳରେ ୮୪ ଲକ୍ଷ ଟଙ୍କାର ସାଇବର ଜାଲିଆତି: ICICI ବ୍ୟାଙ୍କ କର୍ମଚାରୀ ଗିରଫ, ୪୮ ଘଣ୍ଟାରେ ପୋଲିସର ବଡ଼ ସଫଳତା

ଅନୁଗୋଳ, ୨ ଅଗଷ୍ଟ: ଅନୁଗୋଳରେ ଏକ ବହୁଚର୍ଚ୍ଚିତ ସାଇବର ଠକେଇ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଗ୍ରାହକଙ୍କ ବ୍ୟାଙ୍କ ଖାତାର ସୂଚନାରେ ଜାଲିଆତି କରି ଅନଧିକୃତ ଡିଜିଟାଲ କାରବାର ମାଧ୍ୟମରେ ପ୍ରାୟ ୮୩.୯୯ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଜଣେ ICICI ବ୍ୟାଙ୍କର କର୍ମଚାରୀଙ୍କୁ ଗିରଫ କରାଯାଇଛି।

ପୋଲିସ କହିଛି, ଅଭିଯୋଗ ମିଳିବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା। ଡିଜିଟାଲ ପ୍ରମାଣ, ବ୍ୟାଙ୍କ କାରବାରର ତଥ୍ୟ ଏବଂ ବୈଜ୍ଞାନିକ ତଦନ୍ତ ଆଧାରରେ ଅଭିଯୁକ୍ତଙ୍କ ସମ୍ପୃକ୍ତତା ସ୍ପଷ୍ଟ ହେବା ପରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଛି।

ଏହି ଘଟଣା ସାଇବର ସୁରକ୍ଷା ଓ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରତି ପୁଣିଥରେ ସତର୍କତାର ସନ୍ଦେଶ ଦେଇଛି। ଅନୁଗୋଳ ପୋଲିସ ସ୍ପଷ୍ଟ କରିଛି ଯେ, ସାଇବର ଓ ଆର୍ଥିକ ଅପରାଧ ବିରୋଧରେ କୌଣସି ପ୍ରକାର କୋହଳ ନୀତି ଗ୍ରହଣ କରାଯିବ ନାହିଁ। ନାଗରିକଙ୍କ ଜମା ଅର୍ଥ ଓ ଡିଜିଟାଲ ଲେନଦେନର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *