Spread the love

ସରକାରୀ କଣ୍ଟ୍ରୋଲ ଦୋକାନୀ ଲୋକଙ୍କୁ ଠିକ୍ ସମୟରେ ସାମଗ୍ରୀ ଦେଉନଥିବା ବେଳେ ଗାଳିଗୁଲଜ କରୁଥିବା ନେଇ ଅଭିଯୋଗ।

ରାଜ୍ୟସରକାର ଗରିବ ଶ୍ରେଣୀର ତଥା ଆର୍ଥିକ ଅନଟନରେ ରହୁଥିବା ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ସେମାନେ କିପରି ଟିକେ ଖୁସିରେ ଦିଓଳି ଶାନ୍ତିରେ ଖାଇ ଚଳିବେ ସେଥିପାଇଁ ଲୋକଙ୍କୁ ବିପିଏଲ, ଅନ୍ତର୍ଦୋୟ କାର୍ଡ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଭଳି ଲୋକ ହିତକର ଯୋଜନା କରିଛନ୍ତି, କିନ୍ତୁ କିଛି ଅସାଧୁ ସରକାରୀ ଖୁଚୁରା ଦୋକାନୀ ବା କଣ୍ଟ୍ରୋଲ ଦୋକାନୀଙ୍କ ମନମୁଖୀ କାର୍ଯ୍ୟ ସରକାରଙ୍କ ଏହି ଜନହିତକର ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟ କରୁନଥିବା ବେଳେ ଏହା ଯୋଗୁ ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ବଡ଼ବିଲ ପୌରାଞ୍ଚଳ ୩ନମ୍ବର୍ ୱାର୍ଡ଼ରୁ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ତିନି ନମ୍ବର୍ ୱାର୍ଡ଼ରେ ଥିବା ସରକାରୀ ଖୁଚୁରା ଦୋକାନୀ ବା ସରକାରୀ କଣ୍ଟ୍ରୋଲ ଦୋକାନୀ ଗଣେଶ ଆପଟ ଲୋକଙ୍କୁ ଠିକ୍ ସମୟରେ କଣ୍ଟ୍ରୋଲ ସାମଗ୍ରୀ ଦେଉନଥିବା ବେଳେ ହଇରାଣ ହରକତ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସିନ୍ଦା ଓ କୌଣସି ପ୍ରକାରର ଅଭିଯୋଗ କରିଲେ ଲୋକଙ୍କ ରାସନ୍ କାର୍ଡକୁ ନିଜ ଅଞ୍ଚଳରୁ ଅନ୍ୟତ୍ର ଟ୍ରାନ୍ସସ୍ଫର୍ କରିଦେବାକୁ କହୁଛନ୍ତି ଏ ଡିଲର ଗଣେଶ ଆପଟ,ଆସନ୍ତୁ ଶୁଣିବା କଣ ରହିଛି ଅଭିଯୋଗ ଏହି କଣ୍ଟ୍ରୋଲ ଦୋକାନୀ ଗଣେଶ ଆପଟ୍ ଙ୍କ ବିରୋଧରେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *