Spread the love

ଅବସରପ୍ରାପ୍ତ ତାଳଚେର ପୌର କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରଙ୍କ ଠାରୁ ମିଳିଲା ୪.୫୫ କୋଟି କର୍ମଚାରୀଙ୍କ ବକୋୟା ଅର୍ଥ।।


ତାଳଚେର ୬/୮ ତାଳଚେର ପୌର ପରିଷଦ ର କର୍ମଚାରୀ ଙ୍କ ଅବସର କାଳୀନ ପାଉଣା ବାବଦକୁ ଦୀର୍ଘ ୨୫ବର୍ଷ ଧରି ଅବସର ପ୍ରାପ୍ତ କର୍ମଚାରୀ ମାନେ ତାଙ୍କ ରିଟାୟାର୍ଡ ସମୟରେ ବକେୟା ପାଉଣା ନ ପାଇ ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ। ଆଉ କିଛି ଅବସରପ୍ରାପ୍ତ କର୍ମଚାରୀ ପାଉଣା ନପାଇବା ଅନାଇ ଅନାଇ ଆରପାରି କୁ ଗମନ କଲେଣି । ଏଵଂ ସଦାସର୍ବଦା ଏହି ଅବସର କର୍ମଚାରୀ ମାନେ ପୌର ପରିଷଦ କାର୍ଯ୍ୟଳୟ କୁ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡ଼ିଥାଏ। ଏଥି ପାଇଁ ବହୁବାର ଦାବୀ ଆପତ୍ତି କରି କିଛି ସୁଫଳ ମିଳିନଥିଲା।ତେବେ ଏହି ସମସ୍ୟାକୁ ପୌର ପରିଷଦ ର ନଗର ପାଳ ପବିତ୍ର ଭୂତୀଆ ଗୁରୁତ୍ବ ର ସହ ନେଇ ବିଜେପି ଦଳରେ ମିଶିବା ପରେ ସେତେବେଳେ କେନ୍ଦ୍ର ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ। ଏଥିସହିତ ତାଳଚେର ର ବିକାଶ ସମ୍ପର୍କରେ ତଥା ଅବହେଳିତ ତାଳଚେର ପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ ନଗର ପାଳ ଶ୍ରୀ ଭୂତିଆ। ଏହି ଅସୁବିଧା ଓ ସମସ୍ୟାକୁ ହୃଦୟଙ୍ଗମ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତାଳଚେର ମାଟିର ସୂ ଯୋଗ୍ୟ ସନ୍ତାନ ଶ୍ରୀ ପ୍ରଧାନ ତାଳଚେର ସହର ର ବିକାଶ ପାଇଁ ବିଗତ କିଛି ଦିନ ତଳେ ପ୍ରାୟ ୮୦କୋଟି ର ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଇବା ସହ ଆଜି ଅବସର ପ୍ରାପ୍ତ ପୌର କର୍ମଚାରୀଙ୍କ ବକେୟା ପାଉଣା ପାଈଁ ରାଜ୍ୟସରକାର ଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪.୫୫କୋଟି ଟଙ୍କା ଆର୍ଥିକ ଅନୁଦାନ କରାଇଛନ୍ତି , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ପ୍ରଧାନ। ତେବେ କଥା ଦେଇ କଥା ରଖିଥିବା କାରଣରୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ,ଓ ନିଜର ଉଦ୍ୟମ ବଳରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଅନୁଦାନ ଅର୍ଥ ପାଇବାରେ ସକ୍ଷମ କରାଇ ଥିବାରୁ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୂତିଆ ଙ୍କୁ ମଧ୍ଯ ତାଳଚେର ର ଜନସାଧାରଣ ଓ ପୌର କର୍ମଚାରୀ ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପରିବାର ରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସ୍ବତନ୍ତ୍ର ଡାକରା ପାଇ ଆଜି ଶୁକ୍ରବାର ରେ ନଗର ପାଳ ପବିତ୍ର ଭୂତିଆ, ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ, ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଦାସ, ବିଜେପି ନେତା ରତ୍ନାକର ସାହୁ ,କାଉନସିଲର ଆସିଫ ଖାଁ, ଯୋଶବନ୍ତ ମିଶ୍ର,ଜିତେନ୍ଦ୍ର ଭୂତିଆ , ଅଜୟ କୁମାର ସାହୁ, ସଞ୍ଜୀବ ବେହେରା ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଦୀପ ସାହା ପ୍ରମୁଖ ଯାଇ ପୂର୍ବତନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ଆଲୋଚନା ପରେ ତାଙ୍କ ସହାୟତା ରେ ଏହି ଅର୍ଥ ରାଜ୍ୟସରକାର ଙ୍କ ଠାରୁ ମଞ୍ଜୁର କରାଇବା ସହ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି।

Leave a Reply

Your email address will not be published. Required fields are marked *