Spread the love

BLOଙ୍କ ପାଇଁ ବଡ଼ ଆର୍ଥିକ ପ୍ରୋତ୍ସାହନ, ବଢ଼ିଲା ସମ୍ମାନ ଭତ୍ତା

ଭୁବନେଶ୍ୱର: ବୁଥ୍‌ ଲେଭଲ ଅଫିସର (BLO)ମାନଙ୍କ ପାଇଁ ଆସିଛି ବଡ଼ ଆର୍ଥିକ ପ୍ରୋତ୍ସାହନ। SIR ସଂଶୋଧନ କାର୍ଯ୍ୟରେ ନିୟୋଜିତ BLOମାନଙ୍କୁ ଏଣିକି ଅଧିକ ସମ୍ମାନ ଭତ୍ତା ମିଳିବ। ଏନେଇ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ନୂଆ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ BLOଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ସମ୍ମାନ ଭତ୍ତା ପ୍ରଦାନ କରାଯିବ। ଏନେଇ ସମ୍ପୃକ୍ତ EROମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

ସୂଚନା ଅନୁସାରେ, ରାଜ୍ୟରେ ମୋଟ ୪୪,୯୪୦ ଜଣ BLO ଏହି ବ୍ୟବସ୍ଥାରେ ଉପକୃତ ହେବେ। ସେମାନଙ୍କ ପାଇଁ ସମ୍ମାନ ଭତ୍ତା ବାବଦରେ ଅନୁଦାନ ମଞ୍ଜୁର କରାଯାଇଥିବା ଜଣାପଡ଼ିଛି।

SIR ପରି ଗୁରୁତ୍ୱପୂର୍ଣ୍ଣ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ BLOମାନଙ୍କ ଭୂମିକା ରହିଥିବାରୁ ସେମାନଙ୍କୁ ଏହି ଆର୍ଥିକ ପ୍ରୋତ୍ସାହନ ଦେବା ନେଇ ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *