Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମହରମ, ମାଟି ଚୋରା ଚାଲାଣ କୁ ଅଟକାଇ ଲେ ଗ୍ରାମ ବାସୀ ଓ ସମିତି ସଭ୍ୟା 

 

ଜେ ବି ଏନ, ୨୩/୦୩ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ରେ ମାଟି,ମୋରମ ଚୋରା ଚାଲାଣ ବନ୍ଦ ହେବା ର ନାଁ ଧରୁ ନାହିଁ। କେତେ କ ରାଜନେତା ଏବଂ ଅସାଧୁ ଅଫିସର ଙ୍କୁ ହାତବାରିଶ କରି ମାଫିଆମାନେ ମାଟି ମୋରମ ଚୋରା ଚାଲାଣ ରେ ଲାଗି ପଡିଛନ୍ତି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଗୋଳେଇପୁର ପଞ୍ଚାୟତ ରେ ପୋଖରୀ ଖନନ ନାମରେ ବେଆଇନ ଭାବେ ମୋରମ ଚାଲାଣ ହେଉଛି। ପୋଖରୀ ରୁ ଅତ୍ୟଧିକ ଖନନ କରି ସେଥିରୁ ମୋରମ ଲୁଟ୍ କରୁଛନ୍ତି ମୋରମ ମାଫିଆମାନେ। ଓ ବିପୁଳ ପରିମାଣରେ ରାଜସ୍ୱ ଲୂଟ ହେଉଛି ସରକାରଙ୍କର। ଏହା ପରେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଦେଖି ବାକୁ ମିଳିଛି। ଖବର ସଂଗ୍ରହ ପାଇଁ ଆମେ ପହଞ୍ଚି ବା ବେଳେ ଆମେ ଦେଖିବାକୁ ପାଇଲୁ ସେଠାରେ ଉତ୍ତୋଜନା ଲାଗିଛି। ଗ୍ରାମ ବାସୀ ମାନେ ସରପଞ୍ଚ କିଛି ମାଫିଆମାନଙ୍କୁ ଧରି ମହରମ ତାଡି NH 21ରେ ସଂପ୍ରସାରଣ କରୁଥିବାdbl କମ୍ପାନୀ କୁ ବିକୁଥିଲେ ଏହାକୁ ଦେଖି ଗ୍ରାମବାସୀମାନେ ଜେସିବ, ଡମ୍ପର କୁ ଅଟକାଇ ଥିଲେ ଓ ସମିତି ସଭ୍ୟା ଭାନୁପ୍ରଭା କରଣକୁ ଜଣାଇଥିଲେ ଏହା ଜାଣିବା ପରେ ସେ ଆସି ଘଟଣା ସ୍ଥଳରେ ପହଞ୍ଚି ବ୍ୟାସନଗର ତହସିଲ ଦାର ଙ୍କୁ ଯୋଗାଯୋଗ କରିଥିଲେ ଯାହା ଫଳରେ ପାଣିକୋଇଲି ଆର ଆଇ ଘଟଣା ସ୍ଥଳରେ ପହଁଞ୍ଚିବା ସହିତ ସରଜମିନ ତଦନ୍ତ କରି dBl କମ୍ପାନୀ ର ଗାଡ଼ି କୁ ଜବତ କରିଥିଲେ। ଓ କହିଥିଲେ କାହାକୁ ତହସିଲ ତରଫରୁ ମହୋରମ ଖୋଳିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ଏଥିରୁ ଜଣାପଡ଼ୁଛି ମହୋରମ ଚୋରା ଚାଲାଣ ରେ ବଡ଼ ରାକେଟ କାମ କରୁଛି। ଏହା ବିଷୟରେ ଜିଲାପାଳ ଙ୍କୁ ଲିଖିତ ଅଭିଯୋଗ ଦାଖଲ କରିବେ ବୋଲି କହିଛନ୍ତି ସମିତି ସଭ୍ୟା ଭାନୁପ୍ରଭା କରଣ ।

Byte: ସମିତି ସଭ୍ୟା ଭାନୁପ୍ରଭା କରଣ