Spread the love

ଦୃଷ୍ଟିହୀନ ମାନଙ୍କ *ଗୁରୁ ଲୁଇସ୍ ବ୍ରେଲି* ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ କୁ ଓଡ଼ିଶା ରାଜ୍ୟ ର ସୁଖ ଦୁଃଖ ର ସାଥୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଳିତ……………………
କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ବ୍ଲକ ନିକଟସ୍ଥ ଟାଉନ ବଳରାମପୁର ଗ୍ରାମ ରେ ଦ୍ରୁଷ୍ଟିହୀନ ବ୍ଯକ୍ତିଙ୍କ ଦ୍ବାରା ଗଠିତ ଶ୍ରୀ ବଳଦେବଜୀଉ ଭଜନ ସଂନ୍ଧ୍ଯା ର ସଦସ୍ଯ ତଥା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଦସ୍ଯଙ୍କ ମିଳିତ ଆନୁକୂଲ୍ୟରେ, ନେତ୍ର ହୀନ ବ୍ଯକ୍ତିଙ୍କ ପଠନ ନିମନ୍ତେ *ବ୍ରେଲି ଲିପିର* ଆବିଷ୍କାର କରିଥିବା *ମହାନ ବ୍ଯକ୍ତି ଲୁଇସ୍ ବ୍ରେଲିଙ୍କ* ପୂନ୍ଯତିଥି ଅବସରରେ ଏକ ସ୍ମୁର୍ତିସଭା ର ଆଯୋଜନ କରାଯାଇଥିଲା। ଏହି ସଭାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, କେଦାର ସ୍ବାଇଁ , ଅକ୍ଷୟ ସାହୁ ଓ ମାନବ ଅଧିକାର କର୍ମୀ ଶ୍ରୀଯୁକ୍ତ ସାଗର ଜେନା ପ୍ରମୂଖ ଯୋଗଦାନ କରି ଦ୍ରୁଷ୍ଟିହୀନ ବ୍ଯକ୍ତିଙ୍କ ମନୋବଳ ବଢାଇବା ଏବଂ ସମାଜରେ କିପରି ଏମାନେ ସକ୍ଷମ ହୋଇ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ଆଲୋକପାତ କରାଇଥିଲେ। ଏହି ସଭାରେ ଶ୍ରୀ ବଳଦେବଜୀଉ ଭଜନ ସଂଧ୍ଯା ର କର୍ମକର୍ତା ରଶ୍ମିରଞ୍ଜନ ରାଉଳ, ସୁଶୀଲ ବେହେରା, ସନ୍ତୋଷ ନାୟକ, ସତ୍ୟାନନ୍ଦ ମିଶ୍ର, ମାମଲି ବେହେରା, ବର୍ଷା ସାହୁ, ମଧୁ ଓ ଦିପା ଆଦି *ଲୁଇସ ବ୍ରେଲିଙ୍କ* ଜିବନୀ ଉପରେ ଏକ ସୁନ୍ଦର ବକ୍ତ୍ରୁତା ଉପସ୍ଥାପନା କରିଥିଲେ । ବଳଦେବଜୀଉ ଭଜନ ସନ୍ଧ୍ୟା ର ମୁଖିଆ ସନ୍ତୋଷ ଙ୍କ ଭାଷା ରେ ଆମ ଦୃଷ୍ଟିହୀନ ମାନଙ୍କ ଗୁରୁ ଲୁଇସ୍ ବ୍ରେଲି ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ କୁ ପ୍ରାୟତଃ ଦୃଷ୍ଟିହୀନ ମାନେ ପାଳନ କରିଥାନ୍ତି କିନ୍ତୁ ପ୍ରଥମ ଥର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କ ଏହିପରି କାର୍ଯ୍ୟ ସାରା ଓଡ଼ିଶା ରାଜ୍ୟ ପାଇଁ ଏକ ଉଦାହରଣ।
ଜାଗ୍ରତ ଭାରତ ନ୍ୟୁଜ୍ ଓଡ଼ିଆ ଖବର କାଗଜ

2 thoughts on “ଦୃଷ୍ଟିହୀନ ମାନଙ୍କ *ଗୁରୁ ଲୁଇସ୍ ବ୍ରେଲି* ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ କୁ ଓଡ଼ିଶା ରାଜ୍ୟ ର ସୁଖ ଦୁଃଖ ର ସାଥୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଳିତ”

Leave a Reply

Your email address will not be published. Required fields are marked *