Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଠାରେ ଅବସ୍ଥିତ ଶ୍ରୀଧର ସ୍ବାମୀ ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଜାନୁଆରୀ ମାସ ଅଠର ତାରିଖ ରେ ଅନୁଷ୍ଠାନ ର ଇତିହାସ ବିଭାଗର ଅଧ୍ୟାପକ ଜୟନ୍ତ କୁମାର ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଶ୍ରୀ ହୋତା ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆତ୍ମରକ୍ଷା ର ଆବଶ୍ୟକତା ଉପରେ କିପରି କୈ।ଷଳ ଅବଲମ୍ବନ କରି ପାରିବ, ସେହି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଶ୍ରୀ ହୋତା ମଧ୍ୟ ଏହାର ଉପାଦେୟତା ବିଷୟରେ ଦିଗ୍ ଦର୍ଶନ ଦେଇଥିଲେ। ଅନୁଷ୍ଠାନ ର ଓଡ଼ିଆ ବିଭାଗ ଅଧ୍ୟାପକ ସୁବାସ ଚନ୍ଦ୍ର ମହାରଣା, ରାଜନିତି ବିଜ୍ଞାନ ବିଭାଗ ଅଧ୍ୟାପକ ଅମୂଲ୍ୟ କୁମାର ପ୍ରଧାନ, ଓ ଅଧ୍ୟାପିକା ଶାନ୍ତିଲତା ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ରେ ଛାତ୍ରୀମାନଙ୍କୁ ସାମ୍ପ୍ରତିକ ସମାଜ ରେ ଏହା ଏକ ଅଭିନବ ପଦକ୍ଷେପ ବୋଲି ଦର୍ଶାଇ ଥିଲେ। ଗ୍ରନ୍ଥ ଗାରିକ ପ୍ରମୋଦ କୁମାର ଓଝା ,ଶିବିର ସଂଯୋଜକ ସରୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *