Spread the love

ଚତୁର୍ଥ ତମ ଧୋୟାକ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବିଷୟ—— ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ଅଙ୍ଗାଳୋ ଲଛମନ ଜୀଉ କଲେଜ ପଡ଼ିଆରେ ଚାଲିଥିବା ଚତୁର୍ଥ ତମ ଧୋୟାକ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଫାଇନାଲ ମ୍ୟାଚ ମାନପୁର ଓ କଣ୍ଟିପୁର ଦଳ ମଧ୍ୟରେ ଘମାଘୋଟ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ ।ଏଥିରେ କଣ୍ଟିପୁର ଦଳ ବାଜି ମାରିଦେଇ ଚାମ୍ଫିୟାନ ହୋଇଥିବା ବେଳେ ମାନପୁର ରନସ ଅପ୍ ହୋଇଥିଲା ।ଖେଳ ପରିଚାଳନା କରିଥିଲେ ଜ୍ଞାନରଞନ ସ୍ବାଇ ଓ ବାବୁ ଦାଶ ।ଏହି ଉଦଯାପନୀ ଦିବସରେ ଆଇନଜିବୀ ଅମ୍ବିକା ପ୍ରସାଦ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରି ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନିୟ ସରପଞ ଶକୁନ୍ତଳା ମଲ୍ଲୀକ ,ସମିତି ସଭ୍ୟା ସ୍ବପ୍ନାରାଣୀ ସେଠୀ,ରଣପୁର ର ପୃର୍ବତନ ସରପଞ ଅଟଳ ବିହାରୀ ନାୟକ ,ଅଭିନେତା ରାକେଶ ଧଳ ,ଅଭିନେତ୍ରୀ ଡାଏନା ,ରୋଜା ,ଶ୍ରୀବସ ସାମଲ,ମଣ୍ଟୁ ବଳବନ୍ତ ରାୟ ପ୍ରମୁଖ ଯୋଗଦେଇ ଚାମ୍ପିଅନ କଣ୍ଟିପୁର ଓ ରନର୍ଶ ଅପ୍ ମାନପୁର ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ ।ଧୋୟାକ୍ରିକେଟ ଆସୋସିଏସନ୍ ର ସଦସ୍ୟ ମାନଙ୍କ ଦ୍ଵାରା ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *