ଜୟପୁର : ଗୁରୁବାର ଚଳିତ ଆଇପିଏଲ୍ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ। ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ୩୨ ରନ୍ରେ ରାଜସ୍ଥାନ ପରାସ୍ତ କରିଛି। ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ସହ ଧ୍ରୁବ ଜୁରେଲ ଓ ଦେବଦତ୍ତ ପାଡିକଲଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍ସ ୫ ୱିକେଟରେ ୨୦୨ ରନ୍ର ବଡ଼ ସ୍କୋର୍ କରିଥିଲା।





