Spread the love

(ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ)
-ଜଗତସିଂହପୁର
ତା =21/5/23

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନଟବର ବାରିକ ଙ୍କ ସଭାପତିତ୍ବରେ ପାଳନ ହୋଇଯାଇଛି।
ଏହି ଅବସରରେ ସ୍ଥାନୀୟ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ଆର୍ଦଶ ଗତ ଜୀବନ ଉପରେ ଆଲୋଚନା କରାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବିନ୍ଦ୍ରନାଥ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ଵର ପଣ୍ଡା,ମହନୀ ଚରଣ ରାଉତ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ କୁମାର ଜେନା,ନଗର କଂଗ୍ରେସ ଉପ ସଭାପତି ପ୍ରଦୀପ୍ତ କୁମାର ସାହୁ,ନଗର ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ,ପାରିଷଦ ଜଗଦାନନ୍ଦ ପଢିହାରୀ, ସିଦ୍ଧାର୍ଥ ତ୍ରିପାଠୀ,ଦାସରଥୀ ସ୍ବାଇଁ, ନିରଞ୍ଜନ ମହାପାତ୍ର,ରୁଦ୍ର ପ୍ରସାଦ ବାରିକ,ଅବନୀକାନ୍ତ ମହାରଣା,ଧୃବଚରଣ ବିଶ୍ବାଳ,ଇମତାଜ୍ ଖାଁ, ପ୍ରବୀର ପଲାଉରୀ, ରମେଶ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *