Spread the love

ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର , ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଦେଖାଯାଉଛି ଜଙ୍ଗଲି ହାତୀ ଆତଙ୍କ, ଲୋକେ ଭୟଭୀତ। କେତେବେଳେ ହାତୀ ଗ୍ରାମ ଓ ସହର ମଧ୍ୟକୁ ମାଡ଼ିଯାଉଛି ତ ଆଉ କେଉଁଠି ଫସଲ ନଷ୍ଟ କରି ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ମଣିଷ ମାରୁଛି।ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ସହ ପଡୋଶୀ ମୟୁରଭଂଜ ଜିଲ୍ଲାର ଲୋକେ ଏକ ପ୍ରକାର ଭୟର ବାତାବରଣ ମଧ୍ୟରେ ରହୁଛନ୍ତି। ଏବେ ଦେଖାଯାଉଛି କି କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୧ ଟିକିଆ ହାତୀ ପଲ ଏଣେତେଣେ ଘୁରିବୁଲୁଥିବା ଦେଖିବାକୁ ମିଳୁଛି, କେତେବେଳେ କିଏ ଏ ହାତୀ ପଲଙ୍କ ହାବୁଡ଼ରେ ପଡୁଛି ସେ ତାଙ୍କ ଅକ୍ରୋଷ ର ଶିକାର ହେଉଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅର୍ନ୍ତଗତରେ। ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର, ଯୁବକ ଜଣକ ଚମ୍ପୁଆ ଥାନା ଅର୍ନ୍ତଗତ ଟୁଣୁଟୁଣା ଗ୍ରାମର କ୍ଷୀରୋଦ ମହାନ୍ତ , ଗାଁ ନିକଟସ୍ଥ ଜଙ୍ଗଲରେ ହାତୀ ବୁଲୁଥିବା ସମୟରେ କ୍ଷୀରୋଦ ଟେକା ପଥର ମାରି ହାତୀଙ୍କୁ ରଗେଇ ଦେଇଥିଲା , ଫଳରେ ହାତୀ ତାକୁ ଶୁଣ୍ଢରେ ଧରି କଚାଡି ଦେବାରୁ ତାର ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ମେଡିକାଲ ରେ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଥିବା ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *