Spread the love

ଭାରତୀୟ ଭୂତତ୍ଵ ସଂସ୍ଥା ପକ୍ଷରୁ ପିଲୋଲଭା ର ସରକ୍ଷଣ ନିମନ୍ତେ ଲୋକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ଯୋଡା ଖଣି ମଣ୍ଡଳ ଅଧିନସ୍ତ ଯୋଡା ବ୍ଲକ ସ୍ଥିତ ପଳସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାମ୍ବିରା ଗ୍ରାମରେ ଭାରତୀୟ ଭୂତତ୍ଵ ସର୍ବେକ୍ଷଣସଂସ୍ଥା ପକ୍ଷରୁ ଲୋକସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଭାରତୀୟ ଭୂତତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ନାମ୍ବିରା ଗ୍ରାମରେ ଥିବା ଆଗ୍ନେୟଶିଳା ଯାହାକି ୧୯୭୬ ମସିହା ଠାରୁ ନିରୂପଣ କରାଯାଇ ଥିଲା, ଭାରତୀୟ ଭୂତତ୍ୱ ବିଭାଗର ସୂଚନା ଅନୁଯାୟୀ ଲକ୍ଷ ଲକ୍ଷ ବର୍ଷ ପୁର୍ବରୁ ଏହି ଅଞ୍ଚଳ ସମୁଦ୍ରରେ ପରିବେଷ୍ଟିତ ହୋଇ ରହିଥିଲା, ଏବଂ ଲାଭା ଉଦ୍ଗିରଣ ସମୟରେ ଏହା ଜଳର ସଂସ୍ପର୍ଶରେ ଆସି ପିଲୋ ର ଆକାର ଧାରଣ କରିଥିଲା, ଜହାପାଇଁ ଏହାର ନାମକରଣ ପୀଲୋ ଲାଭା ରଖାଯାଇଛି ଓ ଏହାର ଉଚିତ୍ ରକ୍ଷଣାବେକ୍ଷଣ ପାଇଁ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଭାରତୀୟ ଭୂତତ୍ବ ସର୍ବେକ୍ଷଣ ସଂସ୍ଥାର ଉପ ମହା ନିର୍ଦ୍ଦେଶକ , ଓଡିଶା ପ୍ରଭାରୀ ନିର୍ଦେଶକ , କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ , ବଣେଇ ବନଖଣ୍ଡ ଅଧିକାରୀ ଓ ଭାରତୀୟ ଭୂତତ୍ୱ ସର୍ବେକ୍ଷଣ ସଂସ୍ଥାର କତୃପକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇବା ସହ ଏହି ଗ୍ରାମରେ ଥିବା ପିଲ୍ଲୋ ଲାଭା କିପରି ଭାବରେ ଏହା ଆଗାମୀ ପିଢି ପାଇଁ ସଂରକ୍ଷଣ ରଖାଯାଇ ପାରିବ ସେ ବିଷୟରେ ଅଞ୍ଚଳ ବାସିନ୍ଦା ମାନଙ୍କୁ ବାର୍ତ୍ତା ପ୍ରଦାନ୍ କରାଯାଇଥିଲା । ଏହାକୁ ଭାରତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଜିଓ ହେରିଟେଜ ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହାର ପାରିପାର୍ଶିକ ଉନ୍ନତୀ କରାଯାଇ ପାରିଲେ , ଅନେକ ଲୋକେ ଏହା ପ୍ରତି ଅନେକ ପର୍ଯ୍ୟଟକ ଆକୃଷ୍ଟ ହୋଇ ଆସିବା ସହ ଅଞ୍ଚଳର ବିକାସ ହେବା ସହ ଅଞ୍ଚଳ ବାସିନ୍ଦା ମାନଙ୍କ ବ୍ୟବସାୟ ରେ ଅଭିବୃଦ୍ଧି ହେବା ଦିଗରେ ଏହା ସହାୟକ ହେବ ଏବଂ ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲ୍ଲାର ନାମ୍ବିରା ଗ୍ରାମ ବିଶ୍ଵ ପର୍ଯ୍ୟଟନ ସ୍ଥଳୀ ଭାବେ ବିଶ୍ଵ ଦରବାର ରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିବ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *